🌹🌷💐ଆଜିର ରାଶିଫଳ🌹🌷💐 ———————-

admin | December 25, 2019 | 40 views |0 | Vastu & Astrology

🌷💐🌹
ଅଦ୍ୟ ଡିସେମ୍ବର ୨୬ ତାରିଖ ୨୦୧୯ମସିହା(ଗୁରୁବାର)
ଶକାବ୍ଦ -୧୯୪୧
ସମ୍ବତ -୨୦୭୬
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ପୌଷ -କୃଷ୍ଣପକ୍ଷ
ତିଥି – ଅମବାସ୍ୟା ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ମୂଳା ସଂ ଘ୦୫/୨୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ଧନୁ
ଯୋଗ-ବୃଦ୍ଧି
କରଣ-ନାଗ
ସୂର୍ଯ୍ୟ -ଧନୁ ୧୧ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୪୦

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୩

ଯୋଗିନୀ ଐଶାନ୍ୟେ ଦିବା ଘ୧୦/୩୮ ଗତେ ପୂର୍ବେ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର

ଅଦ୍ୟ ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା- ଦିବା ଘ୦୨/୩୦ଗତେ ଘ୦୫/୧୨ମଧ୍ୟେ


ଅମୃତବେଳା- ଦିବାଘ୦୭/୪୭ମଧ୍ୟେ ଓ ରାତ୍ରଘ୦୬/୦୭ଗତେ ଘ୦୯/୩୨ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୭/୦୪ମଧ୍ୟେ ଓ ଘ୧୧/୪୬ଗତେ ଘ୦୧/୦୪ମଧ୍ୟେ


*ଅଦ୍ୟ ଆମିଷ ଦିବା ଘ୧୦/୩୮ ଗତେ ପାଣିକଖାରୁ ଭକ୍ଷଣ ନିଷେଧ

🐏🌹ମେଷ🌹🐏👉-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।

🐃🌹ବୃଷ🌹🐃👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।

🤼‍♂🌹ମିଥୁନ🌹🤼‍♂👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।

🦀🌹କର୍କଟ🌹🦀👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

🦁🌹ସିଂହ🌹🦁👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

👩‍🦰🌹କନ୍ୟା🌹👩‍🦰👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

💨🌹ତୁଳା🌹💨👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

🦂🌹ବିଛା🌹🦂👉-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।

🏹🌹ଧନୁ🌹🏹👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।

🐐🌹ମକର🌹🐐👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

☃🌹କୁମ୍ଭ🌹☃👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

🌹🐟ମୀନ🐟🌹👉-ବୁଧଙ୍କ ସ୍ଥାନ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

Share this

Related Posts

ଆଜିର ରାଶିଫଳ

Udaya_Labanya | July 28, 2023 | 25 views |0

ଅଦ୍ୟ ଜୁଲାଇ ମାସ ୨୮ ତାରିଖ ୨୦୨୩ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୫ସମ୍ବତ -୨୦୮୦ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ପିଙ୍ଗଳଶ୍ରାବଣମାସ-ମଳ ଶୁକ୍ଳପକ୍ଷତିଥି- ଦଶମୀ ଦିବା ଘ୦୨/୪୪ ପର୍ୟ୍ୟନ୍ତ ତଦନ୍ତେ ଏକଦଶୀନକ୍ଷତ୍ର-ଅନୁରାଧା ରାତ୍ରି ଘ୦୧/୩୦ ପର୍ୟ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ଶୁକ୍ଲକରଣ - ଗରସୌରମାସ- କର୍କଟ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୪ସୂର୍ଯ୍ୟାସ୍ତ -ସନ୍ଧ୍ୟା…

ଆଜିର ରାଶିଫଳ

Udaya_Labanya | March 4, 2023 | 46 views | 0

ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୩ ମସିହା(ରବିବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ୦୨/୧୯ ଗତେ ଚତୁର୍ଦ୍ଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୧୦/୨୪ଗତେ ମଘାଚନ୍ଦ୍ର-କର୍କଟ ରାତ୍ରି ଘ୧୦/୨୪ ଗତେ ସିଂହଯୋଗ- ଅତିଗଣ୍ଡକରଣ - ତୈତିଳସୌରମାସ- କୁମ୍ଭ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୯*✧═════•❁❀*ଯୋଗିନୀ…

Leave a Reply

Your email address will not be published. Required fields are marked *

Archives

Categories