#Breaking News

ବି ଟେକ ଇଂଜିନିୟର ସରପଞ୍ଚ ପ୍ରାର୍ଥୀ


ଫୁଲବାଣୀ (ସୁନୀଲ ପଟନାୟକ )
ଏତେ ପାଠ ପଢି ଥିଲେ ମଧ୍ୟ ଚାକିରୀ ପ୍ରତି ମନ ନ ବଳାଇ ରାଜ ନୀତି ପ୍ରତି ଆକୃଷ୍ଟ ହୋଈ ଫୁଲବାଣୀ ବ୍ଳକ ଗନଯୁଗୁଡା ପଂଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି ଇଂ ଗୋଲୋକ କହଁର l
ଗ୍ରାମବାସୀ ଙ୍କ ସେବା କରିବା ସହ ଗାଁ ପାଈଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ଲକ୍ଷ୍ୟ ରଖି ଗୋଲୋକ ନିର୍ବାଚନ ରଣାଙ୍ଗନ ରେ ଓଲ୍ଲହାଇଥିବା କହିଛନ୍ତି l
ଆଜିକାଲି କଳୁଷିତ ରାଜନୀତି ଯୋଗୁଁ ଶିକ୍ଷିତ ଯୁବକ ଯୁବତୀ ମାନେ ପଛ ଘୁଞ୍ଚା ଦେଉଥିବା ବେଳେ ଗୋଲୋକ ଙ୍କ ନିର୍ବାଚନ ମୈଦାନ ରେ
ଓଲ୍ଲଇବା ନିଶ୍ଚିତ ଶୁଭଙ୍କର ବୋଲି କୁହାଯାଉଛି l ପିଲା ଦିନରୁ ଗୋଲୋକ ଜଣେ ମେଧାବୀ ଛାତ୍ର ଥିଲେ l ବିଟେକ ପରେ ଚାକିରୀ ବଦଳ ରେ ସମାଜ ସେବା ପ୍ରତି ମନ ବଳାଇଥିବା କହିଛନ୍ତି l,ତେବେ ସେ ବିଜୟ ଲାଭ କରିବା ସହ ଗ୍ରାମବାସୀ ଙ୍କ ପାଇଁ କିଛି କରନ୍ତୁ ଏହାହିଁ କାମନା l

Leave a comment

Your email address will not be published. Required fields are marked *