#Breaking News #Uncategorized

ଆବାସ ଯୋଜନା ଘର ସାଙ୍ଗକୁ ରାସନ କାର୍ଡ ସାତସପନ


ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାର ଗରୀବ ବାସହିନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡିଆ ଯୋଜନାରେ ମାଗଣା ଘର ଯୋଗାଇଦେବା କଥା କହୁଛନ୍ତି, ସେହିପରି ରାସନ କାର୍ଡ୍ ମାଧ୍ୟମରେ ଟଙ୍କିକିଆ ଚାଉଳ ମଧ୍ୟ ଦେଉଥିବା କହୁଛନ୍ତି।
କିନ୍ତୁ ଏ ସବୁ ସରକାରୀ ଯୋଜନା କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ର ବ୍ରାହ୍ମଣପାଦ ଅଞ୍ଚଳର ରୁନୁ ଡାକୁଆ ଓ କୁନା ଡାକୁଆ ଙ୍କ ପାଇଁ ସାତ ସପନପାଲଟିଛି। ଗାଁ ମୁଣ୍ଡରେ ଝାଟିମାଟି କାନ୍ଥ ନଡ଼ା ଛପର ର ଗୋଟିଏ ବଖରାଘରେ କୁନା ପିଲା ଛୁଆ ଧରି ରହୁଛନ୍ତି ଦୀର୍ଘବର୍ଷ ହେଲା । ରୋଷେଇ ପାଇଁ ମଧ୍ୟ ଘର ନାହିଁ।
ବର୍ଷା ହେଲେ ପାଣି ଗଳୁଥିବା ବେଳେ ଖରା ଦିନେ ସୁର୍ଯ୍ୟ ଚନ୍ଦ୍ର ଦିଶୁଛି। କେତେବେଳେ ଝଡ଼ି ବର୍ଷା କିମ୍ବା ପବନ ହେଲେ ଘର ଭୁଷୁଡି ମାଟିରେ ମିଶି ଯିବ କହି ହେବ ନି ।
ଆବାସ ଘରଟିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଙ୍କୁ ଭେଟି ବାରମ୍ଵାର କାକୃତି ମିନତୀ ହେଲେ ମଧ୍ୟ ଘରଟିଏ ତାଙ୍କ ଭାଗ୍ୟକୁ ଯୁଟିନି .। ତେବେସରପଞ୍ଚ ତାଙ୍କ ହାତରେ କିଛି ନ ଥିବା କହି ନିଜ ଉପରୁ ଦୋଷ ଖସାଇ ଦେଇଥିବାବେଳେ ଚକାପାଦ ବିଡିଓ ଅନଲପଟ୍ଟନାୟକ ଆବେଦନ କରିବାପରେ ତଦନ୍ତ କରାଯିବ ଓ ସେ ପାଇବା ଯୋଗ୍ୟ ହୋଇଥିଲେ ତାଙ୍କୁ ଘର ଦିଆଯିବ ବୋଲି କହୁଛନ୍ତି। ଏପଟେ କୁନୁଘର ଖଣ୍ଡିଏ ପାଇଁ ଏବେ ବ୍ଳକ 6ର ଆବେଦନ କରିଥିବା କଥା କହିଛନ୍ତି। ସେହିପରି ବାରମ୍ଵାର ଆବେଦନ କରିଥିଲେ ମଧ୍ୟ ଏହି ପରିବାରକୁ ରାସନ କାର୍ଡ଼ ଖଣ୍ଡିଏ ମଧ୍ୟ ଏଯାଏ ମିଳି ନ ଥିବା ସେମାନେ ଅର୍ଭିଯୋଗ କରିଛନ୍ତି ।
ତେବେ ଏହି ବ୍ଳକରେ ଥିଲାବାଲା ଲୋକ ରାସନ କାର୍ଡ଼ ହାତେଇଥିବାବେଳେ ଗରୀବ ଗୁରୁବାମାନଙ୍କୁ ରାସନ କାର୍ଡ ନ ମିଳିବା କେତେ ଦୁର ଯଥାର୍ଥ ବୋଲି ପ୍ରଶ୍ନଉଠିଛି ।
ଜିଲ୍ଲାପାଳ, ଓ ବିଡିଓ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *