#Breaking News

ବଡମ୍ବା ବେଲିଆ ପାଳ ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ


ବଡ଼ମ୍ବା (ସୁବ୍ରତ କୁମାର ମିଶ୍ର)
ବଡ଼ମ୍ବା ବ୍ଲକ୍ ବେଳିଆପାଳ ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା । ଆଜି ନରସିଂହପୁର ରୁ ବେଲିଆପାଳ ଗ୍ରାମକୁ ଟ୍ରାକ୍ଟର ଆଣି ଚାଷ କରିବା ପାଇଁ ଆସିଥିଲେ ନରସିଂହପୁର ବ୍ଲକ ଗଣ୍ଡପଲ୍ଲୀ ଗ୍ରାମର ସନ୍ତୋଷ ନାଏକ। କିନ୍ତୁ ଦୃଭାଗ୍ୟ ବଶତଃ ବେଲିଆପାଳ ଗ୍ରାମରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ସନ୍ତୋଷ ଙ୍କୁ ଚାପି ଦେଇଥିଲା ଟ୍ରାକ୍ଟର। ସ୍ଥାନିୟ ଲୋକମାନେ ତାଙ୍କୁ ଜେସିବି ମେସିନ ସାହାଯ୍ୟ ରେ ଟ୍ରାକ୍ଟର ତଳୁ କାଦୁଅ ରୁ କାଢି ବଡ଼ମ୍ବା ମେଡ଼ିକାଲ ରେ ଭର୍ତି କରିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ମୃତ ସନ୍ତୋଷଙ୍କ ବୟସ ୪୫ବର୍ଷ ହୋଇଥିବା ବେଳେ ସେ ଜଣେ ଗରିବ ଦିନ ମଜୁରିଆ ଅଟନ୍ତି। ଟ୍ରାକ୍ଟର ଚଳାଇ ନିଜର ପରିବାର ଚଳାଉ ଥିଲେ ସନ୍ତୋଷ । ଯଥାଶୀଘ୍ର ତାଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଈ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଘଟଣା କୁ ନେଇ ସନ୍ତୋଷ ଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।।

Leave a comment

Your email address will not be published. Required fields are marked *