#Breaking News #District

ରାସ୍ତା ସମସ୍ୟା
ଭରା ନଈ ରେ ଟିୟୁବ ରେ ନଦୀ ପାରି ହେଲେ ରୋଗୀ



ଫୁଲବାଣୀ ( ଉଲ୍ଲାପ୍ର )
ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଈ ରେ ରୋଗୀଙ୍କୁ ଟିଉବ ରେ ବସେଇ ବିପଦ ସଙ୍କୁଳ ଅବସ୍ଥାରେ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତ ର କୁବେର ମୁଣ୍ଡା ଗାଁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି l କୁବେର ମୁଣ୍ଡା ଗାଁ ର ଆନନ୍ତି ପ୍ରଧାନ ନାମକ ଜଣେ ମହିଳା ଦୀର୍ଘ ଚାରି ଦିନ ହେଲା ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ l ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ ନୂଆଗାଁ କୁ ଯିବା ପାଇଁ ହେଲେ ପାଖା ପାଖି ବାଇଶ କିଲୋ ମିଟର ରାସ୍ତା ଅତିକ୍ରମ କରି ବାକୁ ପଡିଥାଏ lକୁବେର ମୁଣ୍ଡା ଠାରୁ ମହାସିଙ୍ଗ କୁ ଦେଢ଼ କିଲୋ ମିଟର ହେବ l ନଦୀରେ ପୋଲ ନଥିବା ରୁ ଜୀବନ କୁ ବାଜି ଲଗେଇ ଖଡ୍ଗ ନଦୀ ପାର ହେବା କୁ ପରସ୍ଥିତି ବାଧ୍ୟ କରୁଛି l ବାଲିଗୁଡା ଠାରୁ ସାଇନପଡା ଗ୍ରାମ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅସୁବିଧା ର ସମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ l କୁବେର ମୁଣ୍ଡା ଗ୍ରାମ ରେ ପନ୍ଦର ଗୋଟି ପରିବାର ରହୁଥିବା ବେଳେ ଗ୍ରାମ କୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଂଚି ପାରେ ନାହିଁ l ଯାହା ଫଳ ରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ର ସମ୍ମୁଖୀନ ହୋଇ ଆସୁଛନ୍ତି ଏଠାକାର ବାସିନ୍ଦା l
ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

Leave a comment

Your email address will not be published. Required fields are marked *