#Uncategorized

ନାବାଳକକୁ ନିର୍ମମ ଭାବେ ହତ୍ୟା କରି ପୋତିଦେଇଥିଲେ, ୧୪ ଗିରଫ


ଫୁଲବାଣୀ- (ସୁନୀଲ ପଟନାୟକ)

ଜଣେ ନାବାଳକକୁ ଅତି ନିର୍ମମ ଭାବେ ପିଟିପିଟି ମାରିଦେବା ପରେ ଦୋଷ ଲୁଚାଇବାକୁ ଯାଇ ମୃତ ଦେହକୁ ଗାତ ଖୋଳି ପୋତିଦେଇଥିଲେ ଅଭିଯୁକ୍ତମାନେ । ଗତ୨୮ ତାରିଖ ହୋଲିଦିନ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ଘଟିଥିଲା ନିର୍ମମ ହତ୍ୟାକାଣ୍ଡ । ମୃତକ ନାବାଳକ ଜଣଙ୍କ ହେଉଛି ଟି ଟୁନା ଡ଼ିଗଲ । ସୂଚନାଯୋଗ୍ୟଯେ, ଗତ ୨୮ରେ ଟିଟୁନା ତାର ଦୁଇଜଣ ସାଙ୍ଗ ସହ ନିକଟସ୍ତ କ୍ରାଣ୍ଡି ବାଲି ପଞ୍ଚାୟତରଲଣ୍ଡି ଗାଁ ର ଜଣଙ୍କ ଘରେ ପଶି ତାଙ୍କର ଦୁଇ ଝିଅଙ୍କୁ ଯୋର ଜବରଦସ୍ତ ନିକଟସ୍ତ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଝିଅମାନଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିଗଲେ, ତେବେ ଗାଁ ଲୋକଙ୍କୁ ଦେଖି ଟିଟୁ ନ
ର ଦୁଇ ସାଙ୍ଗ ଚମ୍ପଟ ମାରିଥିବାବେଳେ ଟିଟୁ ନକୁ ଗ୍ରାମବାସୀ ଧରି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଟିଟୁ ନର ସେଠାରେ ମୃତ୍ୟୁ ହୋଇଥିଲା। ଆଉ ମୃତ ଦେହକୁ ଲୋକେ ପୋତି ଦେଇଥିଲେ ।
ହେଲେ ଟିଟୁ ନ ଘରକୁ ନ ଫେରିବା ଫଳରେ ଟିଟୁ ନର ବାପା ପୁଷ୍କକ ଡିଗଲଗୋଛାପଡ଼ା ଥାନ। ରେ ଏତେଲା ଦେଇଥିଲେ । ଗୋଛାପଡା ଥାନା ପୋଲିସ ୨୭/୨୧ ରେ ମାମଲା ରୁଜ୍ଜ କରି ଘଟଣାର ଛାନବିନ କରିଥିଲା। ହତ୍ୟା ଘଟଣାର ମାତ୍ର ୫ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ପୋଲିସ ଏହି ହତ୍ୟା ମାମଲାରେ ଦାଶରଥି କହର, ଶମ୍ବୁ କ ହର, ବ୍ରହ୍ମା କହଁର, ଭରତ କହଁର,ସୁଦାମ କହର, ସାବିରା କହଁର , ବୁଲସା କହଁର, ବାଳକୃଷ୍ଣ କହଁର, ବିମଳ କହିର,ଶତୃଘ୍ନ କହର ପ୍ରମୁଖଙ୍କୁ ଗିରଫ କରିଥିବା ବିଷୟ ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ କହିଛନ୍ତି ।
ସେହିପରି ଦୁ.ଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ନାବାଳକ ସମେତ, ଶତୃଘ୍ନ କହର, ବିମଳ କହରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ,l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *