#Breaking News

ମୁଖ୍ୟ ଡାକ୍ତରଖାନାର ଅକ୍ସିଜେନ ପ୍ଲାଣ୍ଟ ରୁ ଯନ୍ତ୍ରାଂଶ ଚୋରି

ବରଗଡ଼:- ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନ(ଅକ୍ସିଜେନ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାର ଙ୍କ ଦ୍ଵାରା ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲାଗିଥିଲା ଏବଂ କାର୍ଯ୍ୟକ୍ଷମ ହେବାକୁ କେବଳ ବାକି ରହିଥିଲା । ମାତ୍ର ତାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଉକ୍ତ ପ୍ଲାଣ୍ଟରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଚୋରି ହୋଇଯିବା ସମସ୍ତଙ୍କୁ ଚକିତ କରିଛି । ଏ ନେଇ ଏଡ଼ିଏମଓ ଡା. ବିଭୁତି ଭୂଷଣ ମେହେର ଭଟଲି ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩/୨୨) ରୁଜୁ କରି ତଦନ୍ତ ଚଲାଇଛି। ମିଳିଥିବା ସୂଚନା ଅନୁଯାୟୀ, ତୃତୀୟ ଲହର ମାଡ଼ି ଆସିବା ଏବଂ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଗତ ୭ ତାରିଖ ଅକ୍ସିଜେନ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ପହଞ୍ଚିଥିଲେ । ହେଲେ ଅକ୍ସିଜେନ ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇ ଯାଇଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ତେବେ ତାହା କେବେଠୁ ଚୋରି ହୋଇଛି ଏବଂ ଏହି ଘଟଣାରେ କାହାର ଭୂମିକା ରହିଛି, ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ (ସିଡ଼ିଏମଓ) ଡା. ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ ପ୍ଲାଣ୍ଟର କିଛି କପର୍‌ ତାର ଚୋରି ହୋଇଛି। କର୍ମଚାରୀମାନେ ପ୍ଲାଣ୍ଟର ମରାମତି କରୁଥିବା ସେ କହିଥିଲେ।

Leave a comment

Your email address will not be published. Required fields are marked *