#Breaking News #Uncategorized

ପାରିବାରିକ କଳହରୁ ବିବାହି ତ ଯୁଦକର ଆତ୍ମହତ୍ୟା


ଫୁଲବାଣୀ- (ସୁନୀଲ ପଟନାୟକ) ପରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ଜଣେ ବିବାହିତ ଯୁବକ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡl କିଆ ପଂଚାୟତ ଅନ୍ତର୍ଗତ ବାସନ୍ତି ପଲ୍ଲୀ ଅଂଚ ଳ ରେ l
ମୃତ ଯୁବକ ଜଣକ ରମଣ ଡିଗଲ, ୩୦ ବର୍ଷ।
କୌଣସି କାରଣରୁ ପରିବାରରେ ଝଗଡା ହୋଇଥିଲା। ଫଳରେ ସ୍ତ୍ରୀ ପିଲାଛୁଆ ଙ୍କୁ ନେଇ କୁଆଡେ ବାପଘରେ ରହୁଥିଲେl ରମଣ ଏକା ଘରେ ରହୁଥିଲେ lଯାହା ଫଳରେ ମାନସୀ କ ଭାରସାମ୍ୟ ହରାଇ ରମଣ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି ।
ଖବର ପାଇ ରାଇକିଆ ପୋଲିସ ଘଟଣସ୍ଥଳରେ ପହଞ୍ଚି ଏସଂପର୍କରେ ଏକ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି ।
ତେବେ ରମଣ ଙ୍କ ପରବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଅଭି ଯୋଗ କରିଛନ୍ତି l
ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ରାଇକିଆ ଥାନା ଅଧିକାରୀ କହିଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *