#Breaking News #Crime #District

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ଦଶ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ


ଫୁଲବାଣୀ

(ସୁନୀଲ ପଟନାୟକ )ଶନିବାର ଗୋଛାପଡା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ କୁମେଲ ସିଙ୍ଗ ଗ୍ରାମ ରପ୍ରବେଶ ଡିଗାଲ ଙ୍କ ଘର ଉପରେ ଚଢ଼lଉ କରି ଦଶ କୁଇଣ୍ଟାଲ ଗଂଜେଇ ଜବତ କରିଛି l

ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ମହଜୁଦ ରଖା ଯାଇଥିବା ନେଇ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଘର ଉପରେ ଚଢ଼ାଉ କରି ଜବତକରିଥିଲେ lପୋଲିସ ପ୍ରବେଶ ଡିଗାଲ ନାମକ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ଗୋଛାପଡା ପୋଲିସ ୫ ୩ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ସେହିପରି ଗୋଚ୍ଛା ପଡ଼ା ଥାନା ଅନ୍ତର୍ଗତ ବିଭିନ୍ନଜଙ୍ଗଲ ରେ ବେଆଇନ ଗଂଜେଇ ଚାଷ ମଧ୍ୟ ନଷ୍ଟ କରୁଛି ପୋଲିସ l
ରଂଜିତ କୁମାର ମୁନି ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଗୋଛାପଡା ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ଶହେ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l

Leave a comment

Your email address will not be published. Required fields are marked *