#Breaking News

ଧାନ ବିକ୍ରି ଦାବି ରେ ଚାଷୀ ମାନେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦେଲେ


ବରଗଡ଼:- ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁ ର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବି ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ଚାଷୀ ମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ ମିଲର୍ସ ମାନେ ଧାନ ସଂଗ୍ରହ କରୁନାହାନ୍ତି। ଫଳରେ ଉକ୍ତ ବଜାର ପ୍ରାଙ୍ଗଣରେ ପ୍ରାୟ ଦଶ ହଜାର ରୁ ଅଧିକ ବସ୍ତା ଧାନ ବିକ୍ରି ନ ହୋଇ ପଡି ରହିଛି। ଅପରପକ୍ଷରେ ଜିଲ୍ଲା ରେ ମୈସମୀ ବର୍ଷା ପ୍ରତେହ ଲାଗି ରହିଛି। ଯଦ୍ବାରାକି ବର୍ଷା ରେ ଭିଜି ଅନେକ ଚାଷୀଙ୍କ ଧାନ ଗଜା ଦେବା ଆରମ୍ଭ ହେଲାଣୀ। ମଣ୍ଡି ରୁ ସମସ୍ତ ଧାନ ଉଠାଇ ବାକୁ ଚାଷୀ ମାନେ ଦାବୀ କରିଥିଲେ।

Leave a comment

Your email address will not be published. Required fields are marked *