#Uncategorized

କୋଭିଡ଼ କଟକଣା ମଧ୍ୟରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପାଳିତ ହେଲା ମହାଶିବରାତ୍ରୀ


ଫୁଲବାଣୀ-(ସୁନୀଲ ପଟ୍ଟ ନାୟକ )- କୋଭିଡ଼ କଟକଣା ମଧ୍ୟରେ ଗୁରୁବାର ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ଭା ବେ ପାଳିତ ହୋଇଛି ମହାଶିବରାତ୍ର । ଜିଲ୍ଲା ପ୍ରଶାସନର କଟକଣା ଯୋଗୁ କେଉଁଠାରେ ମଧ୍ୟ ନାମ ସଂ କିର୍ତ୍ତନ, ଜାଗର ଯାତ୍ରା ଆଦି ଅନୁଷ୍ଠିତ ହୋଇ ନଥିଲା । କେବଳ ଶ୍ରଦ୍ଧାଳୁମାନେ ମନ୍ଦିର ଆସି ଠାକୁର ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ।
ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତମାନେ ପୂଜାର୍ଚ୍ଚନା କରିବାକୁ ଆସିଥିଲେ। ସମସ୍ତଙ୍କ ମୁହଁ ରେ ମ।ସ୍କ ଥିଲା। ଆଉ ସାମାଜିକ ଦୂରତା ମଧ୍ୟରକ୍ଷା କରିଥିବା ଦେଖାଯାଇଥିଲା। ସବୁ ଶୈବପୀଠରେ ପୋଲି ସ ମୃତୟନ କରାଯାଇଥିଲ।
ତେବେ କାଂଭା କେତକ ସ୍ଥାନରେ କିଛିଟା ବ୍ୟତିକ୍ରମ ଦେଖାଯାଇଥିଲା। ତେବେ ଶାନ୍ତିପୂର୍ଣ୍ଣଭାବେ ପାଳନ ହୋଇଥିଲା ମହାଶିବରାତ୍ର । ରାତ୍ରିରେ ମଧ୍ୟ କମ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ମହାଦୀପ ଉଠିଥିଲା।
ସେହିପରି ଜିଲ୍ଲାର ଚକାପାଦ ଡୁ ଙ୍ଗୀ, ରତଙ୍ଗ, ଜଳେଶପଟା ଆଦି ବିଭିନ୍ନ ଶୈବପୀଠରେ ମଧ୍ଯ କୋଭିଡ଼ନିୟମ ପ୍ରକାରେ ଶିବରାତ୍ର ପାଳିତ ହୋଇ ଥିଲା।
ପ୍ରଶାସନ କଟକଣା ଲଗାଇବା ଫଳରେ ଜିଲ୍ଲା ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା। ସେହିପରି କୋଭିଡ କଟକଣା ଭକ୍ତମାନଙ୍କ ମଧ୍ୟରେ ନିରାଶ ଭାବ ଆଣି ଦେଇ ଥିଲା।

Leave a comment

Your email address will not be published. Required fields are marked *