#Exclusive

ଆମ ଇତିହାସ, ଆମ ସମ୍ମାନ…..

ଆଜି ତା୨୧/୧୨/୨୦୧୯ ରିଖ ଶନିବାର : କଟକ କଲେଜ ଛକ ରେଭେନ୍ସା ମହାବିଦ୍ୟାଳୟର ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପାଖରେ ”ଏଇତ ଜୀବନ” ଓ ”ସମାଜ ସେବାରେ ମୁଁ” ସାମାଜିକ ସଂଘଠନର ମିଳିତ ସହଯୋଗରେ ”ଆମ ଇତିହାସ, ଆମ ସମ୍ମାନ” (ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ)ନାମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କଲେଜ ଛକରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପ ମାଳ ଦେଇ ସମ୍ମାନ ଦିଆ ଯାଇଛି। ଏହି ମହାନ କାର୍ଯ୍ୟରେ,କଟକ ଜିଲ୍ଲା ଝୋପଡ଼ପଟ୍ଟୀ ମହାସଂଘର ସଭାପତି, କଟକ ଜିଲ୍ଲା ସାଂସଦ ପ୍ରାର୍ଥୀ ତଥା ସମଜସେବୀ ବୃନ୍ଦାବନ ଦାସ ଆଜାଦ, ବିଜୁ ଛାତ୍ର ଜନତା ଦଳର ମହାସଚିବ ହରିଶଙ୍କର ରାଉତ,ପ୍ରଯୋଜକ ନିର୍ଦ୍ଦେଶକ ଜିତୁ ରାଉତ, IHRCର ସାଧାରଣ ସମ୍ପାଦକ ପ୍ରଣବ ବିଶ୍ୱାଳ, ସୂଚନା ଅଧିକାର ଅଭିଯାନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସହୂ, ”ସମାଜ ସେବାରେ ମୁଁ” ସାମାଜିକ ସଂଘଠନର ସଭାପତି କ୍ଷୀତିଶ କୁମାର ବେହେରା, ସମ୍ପାଦକ ଶାଶ୍ୱତ ନାୟକ, ବାବା ଧବଳେଶ୍ବର ଗୋ’ଷଣ୍ଢ ସେବାଶ୍ରମ”ର ପ୍ରତିଷ୍ଠାତା ପୂଜକ ଶାରଦା ପ୍ରସାଦ ଦାଶ, ଆଶିଷ ପତ୍ରି, ଜଗବନ୍ଧୁ ସାମନ୍ତ ,ଶଶୀକାନ୍ତ ପତି,ସମଜସେବୀ ସଞ୍ଜୟ କୁମାର ଓ ସବୁ ଯୁବପିଢି ଯୋଗଦାନ ଦେଇ,ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ପାଳନ କରିଛନ୍ତି। ଏହି ମହାନ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନା,”ଏଇତ ଜୀବନ” ସାମାଜିକ ସଂଘଠନର ପ୍ରତିଷ୍ଠାତା ପ୍ରିୟବ୍ରତ ପଟ୍ଟନାୟକ(ଶିବୁ) କରିଥିଲେ। ସାମାଜିକ କର୍ମୀ ମାନଙ୍କ ଏହି କାର୍ଯ୍ୟକ୍ରମକୁ,ବହୁ ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ପ୍ରସଂଶା କରିବା ସହିତ ସ୍ୱାଗତ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *