#Breaking News #Uncategorized

ଆଠଗଡ କଂଗ୍ରେସ ଅଫିସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ପାଳିତ

ଆଠଗଡ଼(ଉଲାପ୍ର)ଆଠଗଡ ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ଆସାମର ପୂର୍ବତନ ରାଜ୍ୟପାଳ, ଜଣେ ସୁନାମ ଧନ୍ୟ ସାହିତ୍ୟିକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କର ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଙ୍କ ଆୟୋଜନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱଳ୍ପ ସଂଖ୍ୟକ କର୍ମୀଙ୍କୁ ନେଇ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି।ଆଠଗଡ଼ କଂଗ୍ରେସ କମିଟି ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଡକ୍ଟର ନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ଓ ଯୁବ କର୍ମୀମାନେ ଯୋଗ ଦେଇ ଜାନକୀ ବଲ୍ଲଭ ଙ୍କ ସ୍ମୃତି ଚାରଣ କରିଥିଲେ। ଆଠଗଡ଼ ମାଟିରୁ ଜାନକୀ ବାବୁ ବିଧାୟକ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।ଆଜି ଜାନକୀ ବାବୁ ଙ୍କୁ ମନେ ପକାଇ ତାଙ୍କର ଗୁଣଗାନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।ଅତୀତରେ ଜାନକୀ ବାବୁ କହିଲେ ଆଠଗଡ଼ କୁ ହିଁ ବୁଝାଏ, କିନ୍ତୁ ସେ ଆଜି ନାହାଁନ୍ତି ସତ କିନ୍ତୁ ଆଠଗଡ଼ ପାଈଁ ଯାହା କରିଛନ୍ତି ତାହା ଚିରଦିନ ପାଇଁ ସ୍ମୃତି ହୋଇ ରହିଛି ବୋଲି ମତପ୍ରକାଶ କରିଥିଲେ ନିମନ୍ତ୍ରିତ ଅତିଥିମାନେ। ଚଳିତ ବର୍ଷ ମହାମାରୀ କ ରୋନା ଯୋଗୁ ମହା ଆଡମ୍ବରରେ ପାଳନ ନକରି କୋଭିଡ ଆଇନକୁ ସମ୍ମାନ ଜଣାଇ ଏହି ଶ୍ରଦ୍ଧାଞ୍ଜଳି ସଭା କୁ ପାଳନ କରିଥିଲେ ଜାନକୀ ବାବୁ ଙ୍କୁ ଭଲ ପାଉଥିବା କର୍ମୀମାନେ। ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସଦାନନ୍ଦ ପଟ୍ଟନାୟକ, ଅଶୋକ କୁମାର ଦାଶ ପୂର୍ବତନ କାଉନସିଲର, ପୂର୍ବତନ ଜିଲାପରିଷଦ ସୁଦର୍ଶନ ସାହୁ, ବିଭୁତି ଭୂଷଣ ଦାଶ,ମନୋରଞ୍ଜନ ଦାଶ,ଅଶୋକ କୁମାର ପ୍ରଧାନ,ଆଲୋକ ରାୟ, ଆଠଗଡ଼ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ,ପ୍ରଶାନ୍ତ ବେହେରା,ଚନ୍ଦନ ସାହୁ,ଶ୍ରୀତମ ଦାସ,ରାହୁଲ କୁମାର ସାହୁ ପ୍ରମୂଖ ଯୋଗ ଦେଇ ଜାନକୀ ବାବୁ ଙ୍କ ସ୍ମୃତି ଚାରଣ କରିଥିଲେ।ଶେଷରେ ଯୁବନେତା ମାନସ ରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସଭାରେ ଧନ୍ୟବାଦ ପ୍ରଦାନ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *