#Breaking News

ସହିଦ ଚନ୍ଦ୍ରକାନ୍ତ ପ୍ରଥମଶାଦ୍ଧବାର୍ଷିକୀ , ଆଜିବି ଝୁରି ହେଉଛନ୍ତି ସମସ୍ତେ


ଫୁଲବାଣୀ,-(ସୁନୀଲ ପଟ୍ଟନାୟକ)
ଚାହୁଁ ଚାହୁଁ ବର୍ଷେ ବିତିଗଲା। ଏବେ ବି ବିଶ୍ୱାସ ହେଉନି ଯେ, ଚନ୍ଦ୍ରକାନ୍ତ ଆମ ଗହଣରେ ନାହିଁ ବୋଲି । ଠିକ ଗତ ବର୍ଷ ଆଜିର ଦିନରେ ଲଦାଖର ଗଲୱ। ନ ଉପତ୍ୟକାରେ ଡ୍ୟୁଟିରେ ଥିବାବେଳେ ଭାରତ -ଚିନ ସେନା ମଧ୍ୟରେ ମୁହାଁମୁହିରେ ଚନ୍ଦ୍ରକାନ୍ତ ସହିଦ ହୋଇଥିଲେ।
ଆଜି ସହିଦ ଚନ୍ଦ୍ରକାନ୍ତଙ୍କ ପ୍ରଥମଶ୍ରାଦ୍ଧବାର୍ଷିକୀ ।
ତାଙ୍କ ଗ୍ରାମ ରାଇକିଆ ବ୍ଳକ ଅନ୍ତର୍ଗତ ବିଅର ପାଙ୍ଗା ରେ ଆଜି ଗ୍ରାମବାସୀ ସାଙ୍ଗସାଥୀ ମିଶି କୋଭିଡ଼ ଗାଇଡଲାଇନ ମାନିପାଳନ କରୁଛନ୍ତି ଶ୍ରାଦ୍ଧବାର୍ଷିକ । ଏହି ଅବସରରେ ସହିଦଙ୍କ ସମାଧୀ ପୀଠରେ ବାପା କରୁଣାକର ପ୍ରଧାନ,ମା ବିଳାସିନୀ ପ୍ରଧାନ,ପତ୍ନୀ ଓ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ ସାଙ୍ଗସାଥୀ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍କୃତିଚାରଣ କରିଥିଲେ । ଚନ୍ଦ୍ରକାନ୍ତ ଦେଶ ମାତୃକାର ସେବାପାଇଁ ପ୍ରାଣବଳୀ ଦେଇଥିବାରୁ ସମସ୍ତେ ଗର୍ବିତ ବୋଲି ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

Leave a comment

Your email address will not be published. Required fields are marked *