#Breaking News #Uncategorized

ସ୍ଵାଧୀନତାର ୭୪ ବିତିଲା ହେଲେ ତଳ ମଣ୍ଡଳ ଗ୍ରାମବାସୀ ଙ୍କ ସମସ୍ୟା ସୁଧୁରୁନି


ଫୁଲ ବାଣୀ- (ସୁନୀଲ ପଟନାୟକ) ସ୍ଵାଧୀନତାର ୭୪ ବର୍ଷ ପରେ ବି କନ୍ଧମାଳ ଜିଲ୍ଲାରେ ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ର ଚିହ୍ନବର୍ଣ୍ଣନାହିଁ । ପ୍ରଶାସନିକ ବଡ଼ ବାବୁମାନଙ୍କ ପାଦ ପଡୁନି ସେଠାରେ।ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ର ବ୍ରାହ୍ମଣପାଦ ପଞ୍ଚାୟତର ତଳ ମଣ୍ଡଳ ଗ୍ରାମ ଅନ୍ୟତମ। ଏହି ଗ୍ରାମଟି ।ଏହି ଗ୍ରାମର ଲୋକଙ୍କ ସତେ ଯେମିତି ଜୀବନ ଦୁର୍ବି ସହ ହୋଇ ପଡିଛି । ସରକାରଙ୍କ ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଏମାନେ । ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ତଳ ମଣ୍ଡଳ ମଲିକ ସାହି ଗ୍ରାମରେ ମୋଟ ୨୧ ପରିବାରର ୭୬ ଜଣ ଲୋକେ ରୁହନ୍ତି । ହେଲେ ଏହି ଗ୍ରାମକୁ ସ୍ଥାୟୀରାସ୍ତାଟିଏ ମଧ୍ୟ ନାହିଁ।ପଞ୍ଚାୟତକୁ ଆସିବା ପାଇଁ ସେମାନଙ୍କୁ ଚାଲିଚାଲି ଆସିବାକୁ ପଡୁଛି । ଭଲ ରାସ୍ତା ନ ଥିବା ଫଳରେ ସୁବିଧା ଅସୁବିଧାରେ ଗାଡିମଟର ଯା ଆସରେ ଅସୁବିଧା ହେଉଛି । ସେହିପରି ପାନୀୟ ଜଳର ମଧ୍ୟ ସମସ୍ୟା ମଧ୍ୟରହିଛି । ନାଳପାଣି ଉପରେ ନିର୍ଭର କରୁଛନ୍ତି ଲୋକେ ।। ଗ୍ରାମରେ ରହିଛି ମାତ୍ରଗୋଟିଏ ନଳକୂପ । ସେ ପୁଣି ବେଳେ ଚାଲିଲେ ବେଳେ ଅଚଳ । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମରେ ସ୍ବଛ ଭାରତ ଯୋଜନାରେ ପାଇଖାନା ମଧ୍ୟହୋଇ ନ ଥିବା କୁହାଯାଉଛି । ଗ୍ରାମରେ ଅନେକ ଗରିବ ଲୋକ ଅଛନ୍ତି ହେଲେ ହାତଗଣତି ମାତ୍ର କେଇ ଜଣଙ୍କୁଆବାସ ଯୋଜନାରେ ଘର ମିଳିଥିବା ବେଳେ ଆଉ କେତେକଙ୍କୁ ମିଳିନି ଏଯାଏ । I
ଗାଁ ରେ ଲୋକଙ୍କୁ କାମଧନ୍ଦା ର୍ବି ଏତଟା ମିଳୁନି ଫଳରେ ବାଧ୍ଯ ହୋଇ ଲୋକେ କାମ ଧନ୍ଦା ଅନ୍ୱେଷଣରେ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଜଣାପଡିଛି । ସେହିପରି ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ଅନେକ ବାର ସରପଞ୍ଚ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଫଳଶୁନ୍ ବୋଲି ଗ୍ରାମ ର ପଙ୍କଜ ମିଲିକ, କମସନ ମଲିକ ଅଙ୍ଗଦ ମଲ୍ଲ୍ଲିକ, ଅନିରୁଦ୍ଧ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକକିଶୋର ମଲ୍ଲିକ ଅବଦୁତ ମଲିକ, କିଶୋର ମଲ୍ଲିକ ଓ ଉ6ଗ୍ରସନ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି ।
ଗ୍ରାମରେ ଲାଗିରହିଥିବା ଗମନାଗମନ ଓ ପାନୀୟ ଜଳ ସମସ୍ୟା ସମାଧାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ଜରୁରୀ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟ ଥା ସେମାନେ ଆଗାମୀ ଦିନରେ ଆନ୍ଦୋଳନ କରିବେ ଓ ଆବଶ୍ୟକ ପଡିଲେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେବୋଲି ଚେତାବନୀ ଦେଇଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *