#Breaking News

ଲାଇନପଡ଼ା କଂପ୍ୟୁଟର ଦୋକାନରେ କଳା କନା ବୁଲାଇଲେ ଦୁର୍ବୁର୍ତ୍ତ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ
ଲାଇନପଡା ଓମ ମୋବାଇଲ ଦୋକାନ ଗୁରୁବାର ମଧ୍ୟରାତ୍ରିରେ ଦୁର୍ବର୍ତ୍ତମାନେ ତାଲା ଭାଙ୍ଗି କଳା କନା ବୁଲାଇ ଦେଇଛନ୍ତି । ଦୋକାନ ରେ ଥିବା ୨ ଟି କମ୍ପୁଟର, ଗୋଟେ ଜେରକ୍ସ ମେସିନ, ସି ସି ଟିଭି କ୍ୟାମେରା, ମୋବାଇଲ, ଆଉ ନଗଦଟଙ୍କା ଲୁଟି ନେଇ ପଳାଇଛନ୍ତି ଦୁର୍ବୁର୍ତ୍ତ ମାନେ । ଏନେଇ ଦୋକାନ ମାଲିକ ଲାଇନପଡା ଫାଣ୍ଡି ରେ ଏତେଲା ଦେବାପରେ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଫୁଲବାଣୀ ରୁ ଡଗ ସ୍କାର୍ଡ ମଗାଇ
ସର୍ଚ୍ଚ କଲାବେଳେ ଡଗ ଯାଇ ପିପଲସ ।ହିର ଜଣଙ୍କ ଘର ଭିତରକୁ ଗଲା, ଫଳରେପୋଲିସ ସନ୍ଦେହରେ ଜଣଙ୍କୁ ଥାନା କୁ ଆଣି ପଚରା ଉଚରା କରୁଛି।
ତେବେ ପୋଲିସ ତୁରନ୍ତ ଚୋରକୁ ଧରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିବାପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ଲାଇନ ପଡ଼ା ଅଞ୍ଚଳରେ ଦିନକୁ ଦିନ ଚୋରୀ ବୃଦ୍ଧିପାଉଥିବାରୁ ପୋଲିସ ଏଥିପ୍ରତି ସତର୍କ ଦୃଷ୍ଟିଦେବା ସହ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *