#Breaking News

ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟରେ୬୭ତମ ବନ୍ୟପ୍ରାଣୀ ଦିବସ ପାଳିତ


ଫୁଲବାଣୀ(ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ୬୭ତମ ବନ୍ୟପ୍ରାଣୀସପ୍ତାହ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨ରୁ ୮ ଯାଏ ଏକ ସପ୍ତାହବ୍ୟାପୀ ବିଭିନ୍ନ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।
ଏହି ଅବସରରେ ଗୁରୁବାର ବାଲିଗୁଡ଼ିଏଫଓ ବିଶ୍ଵ ରାଜପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବରୀଷ୍ଠ ଆଇନ ଜିବୀ ତଥା ପରିବେଶବିତ କୌଶିକ ସାହୁ ,ଏ ସିଏଫ
ଡ.ରୁଦ୍ରପ୍ରସାଦ ରଥ, ସୋମ୍ୟରଂଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରାଗଲେ ବନ୍ୟ ପାଣୀ ସଂଖ୍ୟା ବୃଦ୍ଧି ପାଇବ ଓ ସେମାନେ ସୁରକ୍ଷିତ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଦିଗରେ ଅଧିକରୁ ଅଧିକ ସଚେତନ କରାଗଲେ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ହେବା ସହ ବନ୍ୟପ୍ରାଣୀ ସଂଖ୍ୟା ମଧ୍ୟ ବଢିବ ବୋଲି ଡିଏଫ୍ ଓ ବିଶ୍ଵ ରାଜପଣ୍ଡା କହିଥିଲେ ।ଏଥିସହ ବନ ବିଭାଗ କର୍ମଚାରି ମାନେ ନିଜ ସ୍ଥାନରେ ରହି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କଲେ ଲୋକମାନଙ୍କ ସହଯୋଗ ମିଳିବ ଓ ଜଙ୍ଗଲ ଓ ଜୀବଜନ୍ତୁ ଉଭୟଙ୍କ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ସେ ଆହୁରି କହିଥିଲେ ।

ଏହି ଅବସରରେ ବାଲିଗୁଡ଼ାରେ ଜଂର ଉଦିତ କୁମାର ପ୍ରଧାନ ଙ୍କ ସମେତ ଡିଭିଜନ ଅନ୍ତର୍ଗତ ସମସ୍ତ ବନବିଭାଗ ରେ ଜଂର.କର୍ମଚାରି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *