#Breaking News

ନିର୍ବାଚନ ପ୍ରଚାରରେ କମ୍ପୁଛି ସାରା କନ୍ଧମାଳ ମନ୍ତ୍ରୀ ପ୍ରତାପ ଜେନାସାଜିଛନ୍ତି ବିଜୟ ରଥର ସାରଥୀ


ଫୁଲବାଣୀ-(ସୁନୀଲପଟନାୟକ)
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ଓ ପ୍ରସାର ମଧ୍ୟ ଯୋରସୋରରେ ଚାଲିଛି ।
କିଏ ଜିତିବ ଓକିଏ ହାରିବ ସେ ନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଭୋଟର ମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇଛି ।
କନ୍ଧମାଳ ଜିଲ୍ଲାରେ ୧୮ଟି ଜିଲ୍ଲାପରିଷଦ ଜୋନ ଥିବାବେଳେ ୧୭୧ ଟିସରପଞ୍ଚ ଓ ସମିତି ସଭ୍ୟମଧ୍ୟ ରହିଛି। ଏ ସବୁକୁ ହାତେଇବାଲାଗି ତିନି ପ୍ରମୁଖ ଦଳ ବିଜେଡି। ବିଜେପି ଓ କଂଗ୍ରେସ ଦଳରଣକୌଶଳରେ ବ୍ୟସ୍ତ। ଗତଥର ଜିଲ୍ଲା ପରିଷଦକୁବିଜେଡି ଏହାକୁ କବଜା କରିଥିଲା।ଏଥର ମଧ୍ୟ ଦଳ ହାତଛଡା କରିବାକୁ ଚାହୁନି । ପ୍ରଚାରକୁଯୋର ଦାର କରିଛି ବିଜେଡିଦଳ।କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟୀତ୍ଵରେ ଥିବା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତ।ପ କୁମାର ଜେନା, ସଂସଦ ଡଃ ଅଚ୍ୟୁତ ସାମନ୍ତ,ସହ ପ୍ରଭାରୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କେଶରୀ ପଣ୍ଡା , ଫୁଲବାଣୀ,ବାଲିଗୁଡ଼ା ଓ ଜିଉଦୟଗିରି ବିଧାୟକମାନେ ମଧ୍ୟ ଦିନ ରାତି ଏକ କରି ଭୋକ ଶୋଷ ଭୁଲି ଦଳ ପାଇଁ ଯୋରସୋରପ୍ରଚାରରେ ଲାଗିପଡିଛନ୍ତି ।
ମନ୍ତ୍ରୀ ଜେନା କୋଟଗଡ଼, ତୁମୁଡିବନ୍ଧ, ବାଲିଗୁଡ଼ା, କନୁଆଗାଁ, ରାଇକିଆ, ଖଜୁରିପଡା ଆଦି ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳ ବୁଲି ଦଳୀୟ ପାର୍ଥୀମାନଙ୍କ ସପକ୍ଷରେ କେଉଁଠି ମିଟିଙ୍ଗ ରେ ଆଉ କେଉଁଠି ଘରକୁ ଘର ବୁଲି ପ୍ରଚାର ରେ ଲାଗିପଡିଥିବା ଦେଖିବାକୁ ମିଳିଛି । କନ୍ଧମାଳ
ସଂସଦ ଡଃ ଅଚ୍ଯୁତ ସାମନ୍ତ ଚକାପାଦ , ଫିରିଙ୍ଗିଆ, ଦଡକୀ, ବାଳନ୍ଦାପଡ଼ା ଆଦି ଅଞ୍ଚଳ ଗସ୍ତ କରି କର୍ମୀମାନଙ୍କୁ ଏକ ଯୁଟ କରି ଭୋଟ ପ୍ରଚାର କରୁଛନ୍ତି। ଦଳୀୟ ପ୍ରାର୍ଥୀ ଯେପରି ବିଜୟୀ ହେବେ ସେଥିପାଇଁ ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଛନ୍ତି ।
ସେହି ପରି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ କନ୍ଧମାଳ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀମାନେ ଯେପରି ଅଧିକରୁ ଅଧିକ ଭୋଟ ପାଇ ବିଜୟୀ ହେବେ ସେଥିପ୍ରତି ଦୃଷ୍ଟିଦେବା ଲାଗି କର୍ମୀ ଓ ସମର୍ଥକ ମାନଙ୍କୁ ପରାମର୍ଶ ଦେଇ ଛନ୍ତି ।
ସେହିପରି ବିଜେପି ଓ କଂଗ୍ରେସର ସ୍ଥାନୀୟ ନେତାମାନେ ନିଜନିଜ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳ।ଇଛନ୍ତି ।

Leave a comment

Your email address will not be published. Required fields are marked *