#Uncategorized

ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା 20 ଘଣ୍ଟାରେ ତିନି ଶହ କିଲୋମିଟର ସାଇକେଲ ଯାତ୍ରା


ନରସିଂହପୁର,(ଉଲାପ୍ର)
ପରିବେଶ ସଚେତନତା ବାର୍ତ୍ତା ନେଇ ଭୁବନେଶ୍ୱରରୁ ବାହାରିଛନ୍ତି,ଏକ 50 ଜଣିଆ ସାଇକେଲ ଟିମ୍ 19 ଘଣ୍ଟାରେ ତିନି ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ନେଇ,ରବିବାର ସକାଳ ଛଅ ଟାରୁ ଆରମ୍ଭ ହୋଇଛି ସାଇକେଲ ଯାତ୍ରା
ସୂଚନାରୁ ପ୍ରକାଶ ଯେ BCAC (ଭୁବନେଶ୍ୱର ସାଇକେଲିଙ୍ଗ୍ ଏଣ୍ଡ ଆଡ଼ଭେଞ୍ଚର କ୍ଳବର) ସଭାପତି ତଥା ପରିବହନ କମିଶନର ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଙ୍କ ନେତୃତ୍ୱରେ ଏକ 50 ଜଣିଆ ଟିମ୍ bravet (ବ୍ରେଭେ) ବା long distance cycling ସାଇକେଲ ଶୋଭାଯାତ୍ରାରେ ବାହାରିଛି । ବ୍ରେଭେ ଏକ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଲମ୍ବ ଦୂରତ୍ୱ ସାଇକେଲ ଚାଳନା ଯାହାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅତିକ୍ରମ କରିବା ପାଇଁ ପଡିଥାଏ। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଅଡାକ୍ସ କ୍ଲବ ପାରିଜିଏନ୍ (ପ୍ଯାରିସ୍ ରେ ଅବସ୍ଥିତ) ପରିଚାଳନା କରିଥାଏ
ଏକମାତ୍ର ମହିଳା ସାଇକେଲ ଚାଳକ ସିପ୍ରା ହୋତା,ଅଜୟ କୁମାର ନନ୍ଦ,ସନ୍ତୋଷ କୁମାର ରାଉତ ଙ୍କ ସମେତ 50 ଜଣିଆ ଟିମ୍ ଭୁବନେଶ୍ୱର ୟୁନିଟ 6 ରୁ ବାହାରି ପିପିଲି ଦାଣ୍ଡମୁକୁନ୍ଦପୁର,କଟକ, ଧବଳେଶ୍ବର, ଆଠଗଡ, ହିନ୍ଦୋଳ, ଆଦି ସ୍ଥାନ ଅତିକ୍ରମ କରି 12 ଘଣ୍ଟାରେ ଦୁଇ ଶହ କିଲୋମିଟର ଦୂରତ୍ବ ଅତିକ୍ରମ କରି ସନ୍ଧ୍ୟା ପାଞ୍ଚଟା ସମୟରେ ନରସିଂହପୁର ଠାରେ ପହଁଞ୍ଚିଥିଲେ। ନରସିଂହପୁର-ଅନୁଗୁଳ ରାସ୍ତାର ବୁଢ଼ାବୁଢ଼ୀ ଘାଟିରେ ସାର୍ପ ପକ୍ଷରୁ ବିଜୟ କୁମାର ପଣ୍ଡା ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ପରେ ସେମାନେ ନରସିଂହପୁରରୁ ବାହାରି ଅଂଶୁପା, ଜାତମୁଣ୍ଡିଆ, ତ୍ରିଶୂଳିଆ ଦେଇ ରାତି ସାଢେ ଗୋଟାଏ ସମୟରେ ଭୁବନେଶ୍ୱର ସହିଦନଗରରେ ପହଁଞ୍ଚିବେ ବୋଲି ଆଇଜି ଶ୍ରୀ ଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *