#Breaking News

ବରଗଡ଼ ମହିଳା କଲେଜ ର ବାର୍ଷିକ କ୍ରୀଡା ଉତ୍ସବ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୟୋଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ। ଦିନ ତମାମ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରୀ ମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସାଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ, ଜାତୀୟ କ୍ରୀଡା ପ୍ରଶିକ୍ଷଣ ଶିବ ପ୍ରସାଦ ମିଶ୍ର, ଜାତୀୟ ଆଥଲେଟ ହାରାଧନ ଭୋଇ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନ୍ତୋଷ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *