#Breaking News

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗୋଡେଗାଁ ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ପ୍ରସ୍ତୁତି ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର): ତ. ୫/୮/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡେଗାଁ ଠାରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା ଲୋକଙ୍କ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପ୍ରସ୍ତୁତି ପଲ୍ଲୀସଭା ଅଭିଯାନ ଆୟୋଜିତ ହୋଇଯାଇଅଛି। ଏହି ଅଭିଯାନ କାର୍ଯ୍ୟକ୍ରମର ୱାଡ ମେମ୍ବର ଶ୍ରୀ ଯଦୁ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରି ସଭା ପରିଚାଳନା କରିଥିଲେ । ବୈଠକ ପ୍ରାରଭରେ ଉପସ୍ଥିତ ଥିବା

ଆତ୍ମାଶକ୍ତି ଟ୍ରଷ୍ଟ ନବରଙ୍ଗପୁର ଜିଲ୍ଲା ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ବାଇଁ ଜନ ସହଭାଗିତା ଓ ଜନ ସଂଗଠନ ମାଧ୍ୟମରେ କୃଷି ,କୃଷକ ଓ ଦ୍ୱିତୀୟ କୃଷି ସହ ଜୈବିକ କୃଷି ପଦ୍ଧତି ଦ୍ଵାରା ସାମାଜିକ ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ବିସ୍ତୃତ ଭାବରେ ଆଲୋଚନା କରି ତଥ୍ୟ ଉପସ୍ଥାପିତ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ। ସେମାନଙ୍କ ମତାମତ ଓ ଦାବିକୁ ନେଇ ସ୍ଵତନ୍ତ୍ର ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ଅସୁବିଧା ଓ ସମସ୍ୟା ସହ ନିରାକରଣ ପଦକ୍ଷେପ ନେବାକୁ ଲିଖିତ ଭାବେ ନିଷ୍ପତ୍ତି ନିଆଯାଇଥିଲା । ୱାଡ ମେମ୍ବର ଯାଦୁ ପୂଜାରୀ ଲୋକଙ୍କ ସମସ୍ୟା ଓ ଦାବିକୁ ନେଇ ଗ୍ରାମସଭା ଓ ବିଭିନ୍ନ ବୈଠକରେ ଉପସ୍ଥାପିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହାପରେ ପଞ୍ଚାୟତ ପ୍ରତିନିଧି, ଅଗ୍ରଣୀ କୃଷକ ଓ ଉପସ୍ଥିତ ଥିବା ସାବାଳକ ମାନଙ୍କ ମତାମତ ଓ ଦାବିକୁ ନେଇ ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବାକୁ ଏକ ଦଶଜଣିଆ କାଯ୍ୟକରୀ କମିଟି ଗଠନ କରାଯାଇଥିଲା । ବୈଠକରେ ଲୋକମାନଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ସ୍ଥାନୀୟ ଜଳ ସମସ୍ୟା , ଚାଷକ୍ଷେତ୍ର ଓ ଗ୍ରାମର ସମସ୍ୟା ସହ ଜମି ସମତଳ କାର୍ଯ୍ୟ କାର୍ଯ୍ୟକାରିତା ଦାବି ପାଇ ଏହାକୁ ଆଗାମୀ ଦିନରେ ହେବାକୁ ଥିବା ଗ୍ରାମସଭାରେ ଉପସ୍ଥାପନା କରିବା ପାଇଁ କାଯ୍ୟକାରୀ କମିଟିକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ବୈଠକରେ ଆତ୍ମାଶକ୍ତି ଟ୍ରଷ୍ଟର ବ୍ଲକ ସଂଯୋଜକ ଶ୍ରୀ ଚନ୍ଦ୍ରଭାନୁ ଭୁକ୍ତା ସଂଗଠନ ଓ ଅଭିଯାନର ଉଦ୍ଧେଶ୍ୟ ଉପରେ ସୂଚନା ଦେଇଥିଲେ। ଗ୍ରାମର ଅଗ୍ରଣୀ ଚାଷୀ , ମହିଳା ଚାଷୀ ସହ ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତିମାନେ ଚାଷୀଙ୍କ ସମସ୍ୟା ଓ ପଦକ୍ଷେପ ଉପରେ ବିବିଧ ଉପାୟ ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ଜନସାଥି ଲିଲେଶ୍ୱରୀ ନାୟକ ଉପସ୍ଥିତ ଆତ୍ମଶକ୍ତି ଟ୍ରଷ୍ଟର ଟିମ ଲିଡର, ସଂଯୋଜକ, ସଂଗଠନ, ଗ୍ରାମବାସୀ ଓ କାଯ୍ୟକାରି କମିଟି ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିଯାନ ବୈଠକରେ ୬୦ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *