#Breaking News #District

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଦିବସ ପାଳିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବାଲିଗୁଡା ଶାଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାତୃପିତୃ ପୂଜନର ମହତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ l ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଓଡିଶା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବାଲିଗୁଡା ଶାଖାର ସଂଯୋଜକ ତଥା ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

https://fb.watch/iG9XKdG0AV/?mibextid=RUbZ1f

Leave a comment

Your email address will not be published. Required fields are marked *