#Headlines #Breaking News #Exclusive #Slider #ରାଜ୍ୟ ଖବର

ଭୋଟ ବର୍ଜନ ପାଇଁ ନିଷ୍ପତି ନେଲେ ସୋଲବନ୍ଧ ଗ୍ରାମର ମହିଳା || Women of Solbandh village decide to boycott voting

ନରସିଂହପୁର(ଉଲ୍ଲାପ୍ର )
ନରସିଂହପୁର ବ୍ଲକ ଚମ୍ପେଶ୍ୱର ପଞ୍ଚାୟତ ଅଧିନସ୍ଥ ସୋଲବନ୍ଧ ଗ୍ରାମ କଥା କହିଲେ ନ ସରେ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ । ପାଣି ଟିକିଏ ପାଇଁ ଡହଳ ବିକଳ ହେବାକୁ ପଡୁଛି ସୋଲବନ୍ଧ ଗ୍ରାମ ବାସି । ପାନୀୟ ଜଳ ଓ ରାନ୍ଧିବା ବ୍ୟବାହର ନିମନ୍ତେ ପାଣି ଆଣିବାକୁ ଯାଉଛନ୍ତି 4 କିମି ପାଖ ଚଷା ବାରବାଟି ପୋଖରୀ କୁ । ପାଖରେ ନଳକୂପ ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ମହିଳା ମତବ୍ୟକ୍ତ କରିଛନ୍ତି । ନରସିଂହପୁର ଅଞ୍ଚଳ କିଡିନ ପ୍ରବଣ ହୋଇଥିବା ବେଳେ ନଳକୂପ ପାନୀୟ ଜଳ ବ୍ୟବହାର ଉପଯୋଗୀ ନୁହେଁ ।

ଏପଟେ ଦେଖିଲେ ଏତେ ଖରା ରେ ଲୋକେ ପ୍ରତିଦିନ ୫ କିମି ଚାଲି ବିଲ ହୁଡା ଦେଇ ପାର ହୋଇ ବିପଦ ପୂର୍ଣ ଅବସ୍ଥାରେ ପାଣି ଆଣୁଛନ୍ତି ନିକଟସ୍ତ ଚଷା ବାରବାଟି ଗ୍ରାମ ରେ ଥିବା ପୁଷ୍କରିଣୀ ରୁ । ଏପଟେ ଭୟଭୀତ ରେ ସୋଲବନ୍ଧ ଗ୍ରାମବାସୀ ଥିବା ବେଳେ ପ୍ରଶାସନ ଏହାରି ଉପରେ ନଜର ନାହିଁ । ସତ କହିବାକୁ ଗଲେ ସରକାର ଙ୍କ ମାଳ ମାଳ ଯୋଜନା କୁଆଡେ଼ ଗଲା ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଦେଖିବା ନରସିଂହପୁର ଅଞ୍ଚଳ ରେ ୨୦୧୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିବା ଏଲ ଏନ୍ ଟି କମ୍ପାନୀ ଦ୍ଵାରା ଉଠା ଜଳ ସେଚନ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଘରେ ଘରେ ପହଞ୍ଚିବା କଥା ଓ ବସୁଧା ଯୋଜନା ମଧ୍ୟ କୁଆଡେ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆସି ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବା ବେଳେ ନରସିଂହପୁର ସମସ୍ତ ପଞ୍ଚାୟତ କୁ ସଠିକ୍ ଭାବରେ ଏହି ଏଲ ଏନ୍ ଟି ଜଳ ଯୋଗାଣ କାର୍ଯ୍ୟକ୍ରମ ସଠିକ୍ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ମହିଳା ମାନେ ଭୋଟ ବର୍ଜନ ଲାଗି ଚେତାବନୀ ଦେଇଛନ୍ତି..ସେପଟେ ବାହାର ପାନୀୟ ଜଳ ବ୍ୟବହାର କରିବା ଫଳରେ କିଡିନ୍ ରୋଗ ଦଣ୍ଡିସ୍ ରୋଗ ହେବାର ମନରେ ଭୟ ଥିଲେ ମଧ୍ୟ ବାଧ୍ୟ ହୋଇ ବାହାରୁ ପାଣି ବ୍ୟବହାର କରୁଛନ୍ତି ସୋଲବନ୍ଧ ଗ୍ରାମବାସୀ । କେବେ ହେବ ଏହି ଜଳ ସଙ୍କଟ ଦୂରୀକରଣ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ ଏବଂ ସରକାର ଏହାରି ଉପରେ କେବେ ନଜର ଦେଉଛନ୍ତି ଏବଂ ସୋଲବନ୍ଧ ଗ୍ରାମକୁ ସଠିକ୍ ପାନୀୟ ଜଳ ଯୋଗାଣ ର ସୁ ବନ୍ଦୋବସ୍ତ କେବେ କରୁଛନ୍ତି ।

Leave a comment

Your email address will not be published. Required fields are marked *