#Exclusive

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ୭ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଛି । ବଜ୍ରପାତରେ ୨ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୟୂରଭଂଜ ଜିଲ୍ଲାରେ ୩ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ ବାଲେଶ୍ୱର ଏବଂ ଅନୁଗୁଳ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ବଳଭଦ୍ରପୁର ଗାଁର ଉର୍ମିଳା ମୁଜି (୪୫) ଓ ସରୁପଳତା ଗାଁର ରାଣ୍ଡ ମୁଣ୍ଡା । ରାଣ୍ଡ ମୁଣ୍ଡା ନିଜ ବାଡ଼ିରେ କାମ କରୁଥିବା ବେଳେ ଉର୍ମିଳା ବ୍ୟାଙ୍କରୁ କାମ ସାରି ଘରକୁ ଫେରୁଥିଲେ । ଉର୍ମିଳାଙ୍କ ସାଥୀରେ ଥିବା ଯାତ୍ରୀ ମହାକୁଡ଼ ଆହତ ହେବାରୁ ତାଙ୍କୁ ଚମ୍ପୁଆ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଅନୁଗୁଳ ଜିଲ୍ଲାର ବଅଁରପାଳରେ ମଧ୍ୟ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବାବାଜୀ ନାୟକ(୪୦) । ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ରସଲପୁର ପଂଚାୟତର ବଡ଼ଧନାଡ଼ି ଗ୍ରାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କଟେନ୍ଦ୍ର ମାଝୀଙ୍କ ପୁଅ ସିଦ୍ଧାର୍ଥ (୨୧) । ସେ ଚିଙ୍ଗୁଡ଼ିଘେରିକୁ ଯାଇଥିଲେ । ଏହି ସମୟରେ ବଜ୍ରଘାତ ହୋଇଥିଲା ।ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ(୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର(୨୬) ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ(୧୯) ମାଛ ଧରିବା ପାଇଁ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିବା ବେଳେ ସେହି ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା ଝଡ଼ ତୋଫାନ ସଙ୍ଗେ ବଜ୍ରପାତ ହୋଇଥିଲା l

Leave a comment

Your email address will not be published. Required fields are marked *