#Uncategorized

ହୋମ୍ କ୍ୱାରେଣ୍ଟିନ୍‌ରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: (ଉଲାପ୍ର) ହୋମ୍‌ କ୍ୱାରେଣ୍ଟିନରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍‌ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ କରାଯାଇଛି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ। ଗତକାଲି ମିଥିଲେଶ କୋଭିଡ୍-୧୨୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ହେମନ୍ତ ସୋରେନ୍‌ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟିନ୍‌ରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେମନ୍ତ। ଖୁବ୍‌ଶୀଘ୍ର ହେମନ୍ତ ସୋରେନ୍‌ଙ୍କର ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଏପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ୩୦୦୦ ହଜାର କୋଭିଡ୍‌-୧୯ ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୯୨ ସକ୍ରିୟ ଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।

Leave a comment

Your email address will not be published. Required fields are marked *