#Uncategorized

କନ୍ଧମାଳ:କରୋନା ପାଇଁ ଘରେ ଘରେ ନିରାଡ଼ମ୍ବର ସହ ହୋଲି ପାଳିତ


କନ୍ଧମାଳ,(ଉଲାପ୍ର): ଆଜି ରଙ୍ଗର ପର୍ବ ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । ନିଜର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି । ବର୍ଷକରେ ଥରେ ଆସିଛି ହୋଲି , ନେଇ ଆସିଛି ଅସୁମାରି ଖୁସି ।କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ନେଇ ହୋଲି ଖେଳିବା ପାଇଁ କଟକଣା ଜାରି କରାଯାଇଥିଲା। ସେଥିପାଇଁ ନିରାଡମ୍ବରରେ ପାଳନ ହୋଇଛି ରଙ୍ଗର ଉତ୍ସବ । ଫଳରେ ଆଉ ଫିକା ପଡିଛି ହୋଲି । ସବୁଠି କଟକଣା ଯୁକ୍ତ ହୋଲି ପାଳନ ହେଉଛି । ସମଗ୍ର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ରାସ୍ତା ଘାଟ ଶୂନଶାନ ଥିବା ସହ ଦୋକାନ ବଜ଼ାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା l କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ବାଲିଗୁଡା ଓ ଆଖପାଖ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଂଗର ପର୍ବ ହୋଲି। ପରସ୍ପର ପରସ୍ପରକୁ ଅବିର ବୋଳି ନିଜ ଭାଇଚରାକୁ ପ୍ରଦର୍ଶିତ କରିଛନ୍ତି l ଲୋକେ। ହେଲେ ଏଥର କରୋନା କଟକଣା ପାଇଁ ମୋଟାମୋଟି ଭାବେ ହୋଲି ଫିକା ପଡିଥିବା ଦେଖିବାକୁ ମିଳିଥିଲା ।

Leave a comment

Your email address will not be published. Required fields are marked *