#Breaking News #Uncategorized

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ଆରୋଗ୍ୟ ଦିବସ ପାଳିତ

ଆଠଗଡ( ଉଲାପ୍ର)ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ମେଘା ସେକ୍ଟର ର ବେଣ୍ଟପଦା, କନ୍ଦରପୁର ଓ କଟକିଆସାହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ମେଘା ସେକ୍ଟର ର ବରିଷ୍ଠ ବହୁମୂଖୀ ସ୍ବାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ୍ ଙ୍କ ସଂଯୋଜନାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ ସପ୍ତାହବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ହୋଇଯାଇଛି। ବ୍ଲକ ଯୋଜନା ସଂଯୋଜିକା ପୁଷ୍ପାମିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଆଶା,ଅଙ୍ଗନୱାଡି କର୍ମୀ ଓ ଗାଁ କଲ୍ୟାଣ ସମିତିର ଅଧ୍ଧକ୍ଷ,ଅଧ୍ୟକ୍ଷା ଯୋଗଦେଇଥିଲେ. ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ହେଉଥିବା କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ.

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *