#Breaking News

ସିଆରପିଏଫ ଜବାନଙ୍କ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ


ବାଲିଗୁଡା,୦୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଥିବା ସିଆରପିଏଫ ଜି/୧୨୭ ବାଟାଲିୟନ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି l “ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ସମ୍ପଦ” କୁ ଆଧାର କରି ଏହି ଦିବସ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଜି/୧୨୭ ବାଟାଲିୟନର ଇନ୍ସପେକ୍ଟର ଜି.ଡି.ଭେନୁ କେ.ଏମ ଏବଂ ବାରଖମା ଫାଣ୍ଡି ଅଧିକାରୀ , ବାରଖମା ସ୍ୱାସ୍ଥ୍ୟ ସେବକ ଗଣ ଓ ବାଲିଗୁଡା ବନ ଭିଭାଗର ଫରେଷ୍ଟ ଗାର୍ଡ ଶ୍ରୀମତୀ ବର୍ଷା ରାଣୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ରହି ବନ ମହୋତ୍ସବ ଦିବସ ଓ ସପ୍ତାହ ପାଳନର ମହତ୍ୱ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ପରେ ବାରଖମାର ଫାଣ୍ଡି ଚତୁଃପାର୍ଶ୍ଵରେ ୧୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନ ରେ ନିୟମିତ ଚାଲୁ ରହିବ ବୋଲି ଜବାନମାନେ ପ୍ରକାଶ କରିଛନ୍ତି ।

Leave a comment

Your email address will not be published. Required fields are marked *