#Breaking News

ରାସ୍ତା ମରାମତି କାମ ନିମ୍ନମାନର ଅଭିଯୋଗ, ପିସି ନେଇ ଯନ୍ତ୍ରୀ ଚୁପ


ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାର ଗ୍ରାମାଞ୍ଚଳର ଲୋକମାନଙ୍କଗମନାଗମନ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରି ପିଚୁରାସ୍ତ । ନିର୍ମ ।ଣ କରୁଛନ୍ତି ହେଲେ ଠିକାଦାରମାନେ ନିମ୍ନମାନର କାର୍ଯ୍ କରିବା ଫଳରେ ରାସ୍ତା ନିର୍ମାଣ ର କେଇଟା ମ।ସ ପରେ ପିଚୁ ଉଠିଯାଇ ରାସ୍ତାଗୁଡିକ ଖାଲ ଖମାରେ ଭର୍ତ୍ତି ହୋଇଯାଉଛି । ଏପଟେ ରାସ୍ତାଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ୫ ବର୍ଷ ଯାଏ ଠିକାଦାର କରିବା ନିୟମ ରହିଛି । ଆଉ ମରାମତି କଲେ ମରାମତି ୨୪ଘଣ୍ଟାନପୁରୁଣୁ ଉଠି ଯାଉଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି ପକନା ଗାଁ ଛକରୁ ବଲ ସକୁମ୍ଫାବାରିକୁମ୍ଫା ଦେଇ ବାର ପୋଲିଆ ଛକ ରାସ୍ତାକାମରେ।
ଏହି ରାସ୍ତାଟିଏକ ମୁଖ୍ୟରାସ୍ତା ଭଳି କାର୍ଯ୍ୟକରୁଛି। ଏହା ଉପରେ ପ୍ରତିଦିନ ଶହ ଶହ ଗାଡିମଟର ଯାଆ ସ କରୁଛି ।
ଭୁବନେଶ୍ଵରରୁ ବ୍ରହ୍ମପୁର, ବାଲିଗୁଡ଼ା ଯିବା ଗାଡି ମଟର ଟ୍ରକ ଆଦିପାଖ ପଡୁଥବାରୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏଣୁ ଏହି ରାସ୍ତାର ଡିମାଣ୍ଡ ରହିଛି । ଏସ ଡି ପିସି ଯୋଜନାରେ ଅଧିକା ଖର୍ଚ କରାଯାଇ ଉନ୍ନତମାନର ରାସ୍ତା ନିର୍ମାଣ ହୋଇଥିଲା କୁ ଆଡେ । ହେଲେ ରାସ୍ତା ନିର୍ମାଣ ସରିବାର ବର୍ଷ ୩ଟାନିଯାଉଣୁ ମରାମତି ଆବଶ୍ୟକ ପଡୁଛି । ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକ । ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ପିସି ନେଇ ଯନ୍ତ୍ରୀ ଚୁପ ।
କେବଳ ଏହି ଗୋଟିଏ ରାସ୍ତା ନୁହେଁ ଏହି ବ୍ଳକରେ ଏବେ ଏସ ଆର ବା ସ୍ଵତନ୍ତ୍ର ମରାମତି ଅର୍ଥରେ ରାସ୍ତା ମରାମତି ସବୁ ଉପର ଠାଉରିଆ ଭାବେ ନାମକୁ ମାତ୍ର କରାଯ।ଇ ଅର୍ଥ ହେରେଫେରେ କରାଯାଉଥିବ।ଅଭିଯୋଗ ହେଉଛି ।
ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗର ଖଜୁରୀପଡ଼ା ବ୍ଳକ ଦାୟୀତ୍ଵରେ ଥିବା ଯନ୍ତ୍ରୀ ଇଂ ମାନସ ବେହେରାଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ନେଇ ରାସ୍ତା ମରାମତି ଯେପରି ଠିକ ଭାବେ ହେବ ସେଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି । ହେଲେ ରାସ୍ତାମରାମତି ଓ ରକ୍ଷଣାବେକ୍ଷଣ ନାରେ ଖଜୁରିପଡ଼ା ବ୍ଳକରେଚାଲିଥିବା ଦୁର୍ନିତି ଓ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *