#Breaking News

ସାମ୍ବାଦିକ ଙ୍କୁ ଚାପୁଡାମାଡ଼ ର ପ୍ରତିବାଦ ବଡଚଣା ରେ

ବଡଚଣା(ଉଲାପ୍ର)ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ ପ୍ରତିବାଦରେ ବଡଚଣା ପ୍ରେସ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର। କେନ୍ଦ୍ରାପଡା ଠାରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନୈକ ମହିଳା ପୋଲିସ କର୍ମଚାରୀଙ୍କ ମାଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ବଡଚଣା ପ୍ରେସ ଫୋରମ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।ଆଜି ଚଣ୍ଡିଖୋଲ ସ୍ଥିତ ବୁଦ୍ଧ ମୃର୍ତ୍ତି ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ପୋଲିସର ଏଭଳି ମନୋଭାବକୁ ଦୃଢ ଭାବେ ନିନ୍ଦା କରାଯିବା ସହ ସଂପୃକ୍ତ ମହିଳା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉପସ୍ଥିତ ସାମ୍ବାଦିକ ମାନେ ମତପ୍ରକାଶ କରିଥିଲେ। ଏହାପରେ ଏକ ମଟରସାଇକେଲ ପଟୁଆରରେ ପ୍ରତିନିଧିଦଳ ଚଣ୍ଡିଖୋଲ, ବଡଚଣା ଓ ଧାନମଣ୍ଡଳ ବଜାର ପରିକ୍ରମା କରି ଦର୍ପଣ ତହସିଲଦାରଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମହେଶ୍ବର ବଳ,ପ୍ରଦିପ ପୃଷ୍ଟି, ଭକ୍ତ ଚରଣ ସାହୁ,ପ୍ରମୋଦ କୁମାର ଜେନା,କାର୍ତିକ ରାଉତ,ଘନଶ୍ୟାମ ବିଶ୍ଵାଳ,ଉତ୍କଳ ପ୍ରଧାନ, ମନମୋହନ ରାଉତ,ଅଜୟ ଦାଶ, ଏକାଦଶି ସେଠୀ,ଆଲୋକ ପ୍ରଧାନ, ସତ୍ଯାନନ୍ଦ ମଲିକ, ସୁରେନ୍ଦ୍ର ସାମଲ, ନିହାର ରାୟ, ଦିଲ୍ଲୀପ ସାହୁ, ଇକବାଲ ଖାଁ,ତଫିରୁଉଦ୍ଦିନ ଖାଁ,ମହେନ୍ଦ୍ର ରାଉତ,ପ୍ରହ୍ଲାଦ ରାଉତ, ତୁଷାର ଜେନା ଓ ଚନ୍ଦ୍ରସେଖର ପୃଷ୍ଟି ପ୍ରମୁଖ ଯୋଗଦେଇ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *