#Breaking News

ଖାଦ୍ୟ ସୁରକ୍ଷା କମିଶନର ଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ


ଫୁଲବାଣୀ-୩୧/୭(ସୁନୀଲପଟନାୟକ ) ରାଜ୍ୟଖାଦ୍ୟ ସୁରକ୍ଷାକମିସନ ଅଧ୍ୟକ୍ଷ ପ୍ରମୋଦ କୁମାର ମେରକପ ଦୁଇ ଦିନିଆ ଗସ୍ତରେ ଆସି ଫୁଲବାଣୀଠାରେ ପହଞ୍ଚିବାପରେ ପ୍ରକଳ୍ପ ନିର୍ଦେଶକ ଡ଼ି ଆର ଡ଼ି ଏ ବିଶ୍ୱ ରଞ୍ଜନ ନାୟକ ଙ୍କ ସହ ମିଶି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ର ପୃଷ୍ଟି କେନ୍ଦ୍ର , ଟୀକାକରଣ କେନ୍ଦ୍ର , ଏବଂ କୃମି ନାଶକ ସେଣ୍ଟର ଯାଇ ଲୋକଙ୍କୁ ଭେଟିଥିଲେ ।
ପରେ ଚକାପାଦ ବ୍ଲକ ର ଆରାବ କା ଯାଇ ସେଠାରେ ଗ୍ରାମୀଣ ପିଡ଼ି ଏ ସ କାର୍ଯ୍ୟାଳୟ କୁ ଯାଇ ହିତାଧିକାରୀ ଙ୍କ ସହ ସୀଧା ସଳଖ ଚାଉଳ ବଣ୍ଟନ ର ବ୍ୟବସ୍ଥା କୁ ନେଇ ପଚାରି ବୁଝିଥିଲେ । ଏହାପରେ ସ୍ଥାନୀୟ ଲ୍ୟାମ୍ପସ କେନ୍ଦ୍ର ଉଦ୍ଘାଟନ କରିଥିଲେ । ଏହାପରେ ଫୁଲବାଣୀ ସ୍ଥିତ ସରକାରୀ ଖାଉଟି କେନ୍ଦ୍ର, କଲ୍ୟାଣି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ଛତୁଆ କେନ୍ଦ୍ର କୁ ଯାଇ ସେଠାରେ ପ୍ରସ୍ତୁତ ଖାଦ୍ୟ ର ମାନ ଯାଞ୍ଚ କରିଥିଲେ । ଏହା ସହ ମହିଳା ମାନଙ୍କ ଦ୍ୱାରା ନିର୍ମିତ ବିଭିନ ପୃଷ୍ଟିକର ଖଦ୍ୟ କୁ ପରଖି ଥିଲେ । ଛତୁ ଆ ବିଶେସ କରି ଗର୍ଭବତୀ ମା ମାନଙ୍କ ଆବଶ୍ୟକତା ରହିଛି । ଶିଶୁ ମାନଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ର ଆବଶ୍ୟକତା ରହିଛି । ଜିଲାରେ କିଭଳି ସମସ୍ତ ଅଂଚଳରେ ଉତ୍ତମ ମାନର ପ୍ରୋଟିନ ଯୁକ୍ତ ଛତୁଆ ବଣ୍ଟନ ହୋଇପାରିବ ତାହା ଉପରେ ଜିଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉନ୍ନତ ମାନର ଛତୁଆ ତିଆରି କରି ଏହାକୁ ସୁଦୂର ପ୍ରସାରି କରିବା ପାଇଁ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ଜିଲା ରେ ଭିଟାମିନ ଯୁକ୍ତ ଖାଦ୍ୟ ମାଣ୍ଡିଆ ର ଉପଯୋଗୀତା ପାଇଁ ସ୍ଥାନୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି । ମାଣ୍ଡିଆ ରୁ ବିଭିନ ଖ୍ୟାଦ୍ୟ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରି ମଧ୍ୟାନ ଭୋଜନରେ ଏବଂ ଗର୍ଭ ବତୀ ମହିଳାଙ୍କୁ ବଣ୍ଟନ କଲେ ଏହାର ସୁଫଳ ମିଳିପାରିବ ବୋଲି ରାଜ୍ୟଖାଦ୍ୟ ସୁରକ୍ଷାକମିଶନ ଅଧ୍ୟକ୍ଷଶ୍ରୀ ମେରକପ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀମଞ୍ଜୁଳା ପ୍ରଧାନ, ସିଡିପି ଓ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *