#Breaking News

ଦୀର୍ଘ ଦିନର ଆଶା ପୂରଣ ହେଲା :ଧାନ ମଣ୍ଡି ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ : ହଜାର ହଜାର ଚାଷୀଙ୍କ ଦୁଃଖ ଶୁଣିଲେ ସରକାର


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ଦିନର ଦାବୀ ହେଲା ପୁରଣ । ଚାଷୀଙ୍କ ମୁହଁରେ ଫୁଟିଲା ହସ । କନ୍ଧମାଳ ଜିଲ୍ଲା ସିମାନ୍ତ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଲଣ୍ଡାଗାଁ ଓ ଖମଣଖୋଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଜିଲ୍ଲାର ସିମାନ୍ତ ଖମଣଖୋଲ ଓ ଲଣ୍ଡାଗାଁ ପଞ୍ଚାୟତ ବାସୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ । ବର୍ଷରେ ଦୁଇଥର ରବି ଓ ଖରିଫ ଋତୁରେ ଧାନ ଚାଷ କରନ୍ତି ଦୁଇ ପଞ୍ଚାୟତର ଚାଷୀ । ଧାନ ଅମଳ ପରେ ମଣ୍ଡି ଅଭାବରୁ ଧାନ ବିକ୍ରି କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ଦୁଇ ପଞ୍ଚାୟତର ହଜାର ହଜାର ଚାଷୀ । ଏହି ଅଞ୍ଚଳରେ ଧାନ ମଣ୍ଡି କରିବାକୁ ଦୀର୍ଘ ଦିନରୁ ସରକାର ଓ ପ୍ରଶାସନ ନିକଟରେ ଦାବି

କରିଆସୁଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଣ୍ଡି ପ୍ରତି ଗୁରୁତ୍ବ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମଧ୍ୟ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥିଲେ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସରକାରଙ୍କ ପକ୍ଷରୁ ଆଜି ଲଣ୍ଡାଗାଁ ରେ ଧାନ ମଣ୍ଡି ନିର୍ମାଣ ପାଇଁ ବାଲିଗୁଡ଼ା ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ, ଲଣ୍ଡାଗାଁ ସରପଞ୍ଚ ସୁବିଧା ମଲ୍ଲିକ, ଟିକାବାଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନରେଶ ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ସମେତ ଦୁଇ ପଞ୍ଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ । ସେପଟେ ଦୀର୍ଘ ଦିନର ଦାବୀ ପୁରଣ ହେବା ପରେ ରାଜ୍ୟ ସରକାର, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଦୁଇ ପଞ୍ଚାୟତର ହଜାର ହଜାର ଚାଷୀ

Leave a comment

Your email address will not be published. Required fields are marked *