#Breaking News

ଭାରତୀୟ ମଜଦୂର ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

କରୋନାର ପ୍ରଥମ ଲହର ଦେଶର ଶ୍ରମିକ ସମାଜ ସମେତ ସାଧାରଣ ଜନତାଙ୍କ ମେରୁଦଣ୍ଡକୁ ହଲେଇ ଦେଇଥିବା ବେଳେ କଳାର ଦ୍ବିତୀୟ ଲହର ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅପ୍ରତ୍ୟାଶିତ ମୂଲ୍ୟ ବୃଦ୍ଧି ବୋଝ ଉପରେ ଲଳିତା ଭଳି ସମସ୍ତଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଆମ ସଂଗଠନ ଏପରି ଅନୁଭବ କରୁଛୁ ଯେପରି ବର୍ତ୍ତମାନ ଦେଶ ଓ ରାଜ୍ୟରେ କୌଣସି ସରକାର ନାହିଁ । ଯଦି ଅଛି ତେବେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ଉଭୟ ସରକାର 2014j2019 ନିର୍ବାଚନ ପ୍ରଚାର ସମୟରେ ଦେଶ ଓ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଦେଶ । ରାଜ୍ୟରେ ସରକାର ଆସିବା ପରେ , ମୁଦ୍ରାସ୍ତିକୁ ନିୟନ୍ତ୍ରଣକୁ ଆଣିବେ , ଦରଦାମ ଉପରେ ନିୟନ୍ତ୍ରଣ କରିବେ ଓ କଳାବଜାରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବେ । ସମସ୍ତ ଉତ୍ପାଦନକାରୀ ସଂସ୍ଥା ଉପରେ ଉତ୍ପାଦିତ ଦ୍ରବ୍ୟ ଉପରେ ମାତ୍ରାଧିକ ଲାଭ ଅସୁଲକୁ ରୋକିବା ପାଇଁ ବସ୍ତୁର ସଠିକ ମୂଲ୍ୟ ନିର୍ଦ୍ଧାରଣ ନିମି ମୂଲ୍ୟ ନିୟତ୍ରଣ ଓ ନିର୍ଦ୍ଧାରଣ ପ୍ରଣାଳୀକୁ ବୈଜ୍ଞାନିକ ଉପାୟରେ ସ୍ଥିର କରାଯିବ । ଏପର୍ଯ୍ୟନ୍ତ ମୂଲ୍ୟ ନିୟନ୍ତ୍ରଣ ଉପରେ ଉଭୟ ସରକାରଙ୍କ ଦ୍ବାରା କିଛି କରାଯାଇ ନାହିଁ , ଯାହା ବର୍ତ୍ତମାନ ଦେଶର ଜନତା ଅନୁଭବ କରୁଛନ୍ତି । କରୋନା କାରଣରୁ ଅନେକ ଶିଳ୍ପ ସଂସ୍ଥା ବନ୍ଦ କାରଣରୁ ବେରୋଜଗାରୀ ବଢିଛି , କର୍ମଚାରୀଙ୍କ ବେତନ ହ୍ରାସ ହୋଇଛି ! ମୁଦ୍ରାସ୍ତି ବୃଦ୍ଧି କାରଣରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଘୋର ସଙ୍କଟ ସୃଷ୍ଟି କରୁଛି । ବିଗତ 18 ମାସ ମଧ୍ୟରେ ମୁଦ୍ରାସ୍ପତି ହାର 6 ପ୍ରତିଶତରୁ ଅଧିକ ହୋଇଥିବାବେଳେ ପୂର୍ବ ପାଞ୍ଚ ବର୍ଷରେ ମୁଦ୍ରାସ୍ତି ହାର ମାତ୍ର 3 ରୁ 5 ପ୍ରତିଶତ ମଧ୍ୟରେ ସୀମିତ ରହିଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଖାଇବା ତେଲ ସମସ୍ତ ପ୍ରକାର ତୈଳ ଜାତୀୟ ମଞ୍ଜି , ଶସ୍ୟ , ଡାଲି , ପିଆଜ ଏବଂ ଆଳୁ ପରି ଇତ୍ୟାଦି ଜରୁରୀ ଦ୍ରବ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ 2020 ରୁ ପ୍ରତ୍ୟାହାର ବିଷୟ ଉପରେ ସରକାରଙ୍କୁ ପୁନର୍ବିଚାର କରିବାକୁ ପଡ଼ିବ । ହୁଏତ କୃଷକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାରଙ୍କ ନୀତି ଅନ୍ତର୍ଗତ ହୋଇଥାଇପାରେ କିନ୍ତୁ ଏହା ସାଧାରଣ ଶ୍ରମିକ ସମେତ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏହି କରୋନା ଅବଧିରେ ସମସ୍ତ ଔଷଧର ମଧ୍ୟ ମୂଲ୍ୟ ଦ୍ବିଗୁଣିତ ହୋଇଛି । ଡାକ୍ତରଖାନା ଦ୍ବାରା ସାଧାରଣ ଲୋକଙ୍କ ଶୋଷଣ ବିଷୟରେ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆରେ ପ୍ରତିଦିନ ଖବର ଆସୁଛି । କିନ୍ତୁ ସରକାରଙ୍କ ନିୟନ୍ତ୍ରଣ କେବଳ ଚିଠିରେ ସୀମିତ ହୋଇ ରହିଛି । ନରୋନର ସୁଯୋଗ ନେଇ ଗ୍ରାହକଙ୍କୁ ଲୁଟିବା ପାଇଁ ହୋର୍ଡ କମ୍ପାନୀ ମହଜୁଦ ସଂସ୍ଥା ଗୁଡିକ ପରିସ୍ଥିତିର ଅଯଥା ସୁବିଧା ଉଠାଉଛନ୍ତି । ସମସ୍ତ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଦେଶରେ ସମସ୍ତ ନିର୍ମାଣ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଅନେକ ମୁନାଫାଖୋର କମ୍ପାନୀ ଅଧିକ ଲାଭ କରିବା ଉଦ୍ଦେଶ୍ୟରେ ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଗୁଡ଼ିକର ମୂଲ୍ୟବୃଦ୍ଧି କରୁଛନ୍ତି , ଯାହା ବନ୍ଦ ହେବା ଆବଶ୍ୟକ । ବିଦେଶରୁ ଆମଦାନୀ ହେଉଥିବା ସବୁ ପ୍ରକାର ଧାତୁ ରାସାୟନିକ ପଦାର୍ଥ ଏବଂ ବୟନ ଶିଳ୍ପଲାଗୁଥିବା କଞ୍ଚାମାଲ ସାମଗ୍ରୀର ମୂଲ୍ୟ ବୃଦ୍ଧି ଦେଶର ଶିଳ୍ପ ଓ ଅତ୍ୟାବଶ୍ୟକୀୟ ଉପଭୋକ୍ତା ସାମଗ୍ରୀ ମୂଲ୍ୟ କୁ ପ୍ରଭାବିତ କରୁଛି । ସମସ୍ତ ଉପଭୋକ୍ତା ସାମଗ୍ରୀରେ ଉତ୍ପାଦର ମୂଳ ଓ ଉତ୍ପାଦନା ମୂଲ୍ୟ ସହିତ ବିକ୍ରି ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇ ବିକ୍ରି ହେବା ଆବଶ୍ୟକ । ଦେଶର ସମସ୍ତ ଉପଭୋକ୍ତାଙ୍କୁ ଜାଣିବାର ଅଧିକାର ରହିଛି । କମ୍ପାନୀ ମାନେ କେଉଁ ବସ୍ତୁରେ କେତେ ଲାଭ ନେଉଛନ୍ତି । ଆଜିର ଏହି ଆନ୍ଦୋଳନ ଜରିଆରେ ଦେଶର ସମସ୍ତ ଶ୍ରମିକ ତଥା ସାଧାରଣ ଜନତାଙ୍କ ତରଫରୁ ଭାରତୀୟ ମଜଦୁର ସଂଘ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ମୂଲ୍ୟ ବୃଦ୍ଧି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହିତ ଦେଶର ସାଧାରଣ ଲୋକଙ୍କୁ ଅପ୍ରତ୍ୟାଶିତ ମୁଦ୍ରାସ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କବଳରୁ ଉଦ୍ଧାର କରନ୍ତି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିକଟରେ ନିମ୍ନୋକ୍ତ ଦାବି ଉପସ୍ଥାନ କରୁଅନ୍ତୁ । 01 – ବସ୍ତୁ ନିର୍ମାତାମାନେ ପ୍ରତ୍ୟେକ ବସ୍ତୁର ଉତ୍ପାଦନର ମୂଲ୍ୟ ଘୋଷଣା କରିବାକୁ ଆଇନ ଉପଭୋକ୍ତା ଆଇନରେ ଅଂଶାଧନ ଆଣିବା ସହିତ ପ୍ରତ୍ୟକ ସମଗ୍ରୀରେ ( ପ୍ୟାକେଟରେ ଉଚିତ ମୂଲ୍ୟ ଜିଏସଟି ସହିତ ସ୍ପଷ୍ଟତାର ସହିତ ପ୍ରଦର୍ଶିତ କରାଯାଉ । 02- ସମସ୍ତ ପେଟ୍ରୋଲିୟମ ଉତ୍ପାଦ ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଉ 03 – ପ୍ରତିଦିନ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବ୍ୟବସ୍ଥାକୁ ଅବିଳମ୍ବେ ବନ୍ଦ କରିବା ସହିତ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ । ଗୋଟିଏ ଦେଶ ଓ ଗୋଟିଏ ଟିକସ ବ୍ୟବସ୍ଥାକୁ ଲାଗୁ କରାଯାଉ । 04 ସମସ୍ତ ପ୍ରକାର ଧାତୁ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀର ଆନ୍ତର୍ଜାତୀୟ ମୂଲ୍ୟରେ ବୃଦ୍ଧି ଆଳରେ ବିଭିନ୍ନ କମ୍ପାନୀ ମାନେ ଗ୍ରାହକଙ୍କୁ ଲୁଟୁ ବନ୍ଦ କରିବା ସହିତ ଦୋଷୀ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ -2020 ଅନ୍ତର୍ଗତ ଦଣ୍ଡ ବିଧାନ ହେଉ । 06 , କୃଷକ ମାନଙ୍କୁ ଲାଭଯୁକ୍ତ ମୂଲ୍ୟ ପ୍ରଦାନ ସହିତ କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉ 06 – ଦୀର୍ଘ ମିଆଦି ଯୋଜନା ଅନ୍ତର୍ଗତ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ପାଇଁ ଖାଇବା ତେଲ , ଡାଲି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଯୋଜନା ଓ ନୀତି ପ୍ରସ୍ତୁତ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରନ୍ତୁ । 07 – ଦରମା ବୃଦ୍ଧି ମାଧ୍ୟମରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମୁଦ୍ରାସ୍ତି ପ୍ରଭାବର କ୍ଷତିପୂରଣ ଦରମା ବୃଦ୍ଧି ମାଧ୍ୟମରେ ଦିଆଯାଉ । ( ୦୫- ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ନିର୍ଦ୍ଦିଷ୍ଟ ଦୈନଦିନ ବ୍ୟବହୃତ ଦ୍ରବ୍ୟର ପୁନଃ ଅନ୍ତର୍ଭୁକ୍ତ କରିବା ସହିତ ମୂଲ୍ୟ ନିୟନ୍ତ୍ରଣ ଉପରେ କଠୋର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ । 09 , pco ( ଡ୍ରଗ୍ ପ୍ରାଇସ୍ କଣ୍ଟାଲ ଅର୍ଡର ) ଅନୁଯାୟୀ ସରକାର ଜନସାଧାରଣଙ୍କ ସ୍ବାର୍ଥରେ ଯେକୌଣସି ଔଷଧର ଖୁଚୁଟା ମୂଲ୍ୟ ସ୍ଥିର କରିପାରିବେ । ଏହି ମୂଲ୍ୟ ବୃଦ୍ଧି ଉପରେ ସମୀକ୍ଷା ପ୍ରତିବର୍ଷ ବିଦଳରେ ପ୍ରତ୍ୟେକ ତିନି ମାସରେ ହେବା ଉଚିତ । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ଅତ୍ୟାବଶକ ଔଷଧ ତାଲିକାରେ ( N LEM ) ଆବଶ୍ୟକୀୟ ପରିବର୍ତ୍ତନ ଆବଶ୍ୟକ । T ( ) – ସମଗ୍ର ଭାରତରେ ଆଣ୍ଠି ଟ୍ରଷ୍ଟ ଆଇନକୁ କଠୋରତାର ସହିତ ଲାଗୁ ହେବା ଆବଶ୍ୟକ ଯାହା ପ୍ରତିଯୋଗିତା ଅଧିନିୟମ 2002 ( competition Act ) ଅନ୍ତର୍ଗତ ଅଟେ ।ଆଜିର ଏହି ଦାବିପତ୍ର ପ୍ରଦାନରେ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର,ଉପସଭାପତି ପ୍ରମୋଦ ପଣ୍ଡା,ଶୋବନ ମିଶ୍ର ଏବଂ ଶ୍ରୀଧର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *