ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Udaya_Labanya | November 9, 2021 | 19 views |0 | Breaking News


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ଦଫା ଦାବି ରେ ସଂଘ ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ ଦଫା ଦାବି ମଧ୍ୟରେ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି କୁ କମ୍ କରିବା, ସୂତା ବ୍ୟାଙ୍କ ଗୁଡ଼ିକରେ ସବୁ ସମୟରେ ସୂତା ମହଜୁଦ ରଖିବା, ସୂତା ବ୍ୟାଙ୍କ ଗୁଡ଼ିକରୁ ବୁଣାକାର ମାନଙ୍କ ପାଇଁ ସୂତା କିଣାରେ ଥିବା ନିୟମ କୁ ସରଳିକରଣ କରିବା, ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପରି ବୁଣାକାର ମାନଙ୍କୁ ୪୦/୫୦ ପ୍ରତିଶତ ରିହାତି ରେ ସୂତା ପ୍ରଦାନ କରିବା, ବରଗଡ଼ ସ୍ଥିତ ତୋରା ସମବାୟ ସୂତାକଳ ସହ ରାଜ୍ୟ ରେ ବନ୍ଦ୍ ପଡ଼ି ଥିବା ସମସ୍ତ ସୂତାକଳ ଚଳାଇବା ସହ ଆଉ ଦୁଇଟି ନୂତନ ସୂତାକଳ ପ୍ରତିଷ୍ଠା କରିବା ଆଦି ଦାବୀରେ ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସଭାପତି ଅଯୋଧ୍ୟା ମେହେର ଙ୍କ ନେତୃତ୍ବରେ ସଂଘ ର ସଭ୍ୟ ମାନେ ଏଥି ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଈଶ୍ୱର ବେହେରା,ଉପ ସଭାପତି ବିଜୟ ମେହେର, ଶିବ ମେହେର,ପ୍ରସନ୍ନ ମେହେର,ନବ କିଶୋର ମେହେର, ଗାନ୍ଧୀ ମେହେର,ସେବା ରାମ ମେହେର,ଗିରିଧର ମେହେର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଙ୍କୁ ପ୍ରଦାନ କରିଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories