#Breaking News

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେସ୍ଛସେବୀ ଙ୍କୁ ପ୍ରଶିକ୍ଷଣ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେସ୍ଛସେବୀଙ୍କ ତିନିଦିନିଆ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟାଶାଳା ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ଜିଲ୍ଲା ରେଡ଼କ୍ରସ ର ଉପସଭାପତି ବିରଞ୍ଚି ନାରାୟଣ ପାଣି ଏଥିରେ ଯୋଗଦେଇ ରେଡ଼କ୍ରସର ଲକ୍ଷ, ରକ୍ତଦାନ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଯୁବରେଡ଼କ୍ରସ ର ପୂର୍ବତନ ଆବାହକ ଡ଼ ଦେବାଶିଷ ମହାନ୍ତି ତାଙ୍କର ଅଭିଭାଷଣରେ ମାନବ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ର ସଂଯୋଜକ ଡ଼ ଭୁପେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ରେଡ଼କ୍ରସର ଇତିହାସ ଉପରେ ଆଲୋକପାତ କରିଥିଲେ ।ପରିଶେଷରେ ଅଧ୍ୟାପକ ତଥା ମହାବିଦ୍ୟାଳୟର ଯୁବରେଡ଼କ୍ରସର ପରାମର୍ଶଦାତା ଶ୍ରୀ ରଶ୍ମିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିବା ସହ ତିନିଦିନିଆ ଶିବିରର କାର୍ଯ୍ୟସୂଚୀ ପାଠ କରିଥିଲେ । ଏହି ପ୍ରଶିକ୍ଷଣରେ ସମୁଦାୟ 5 ଟି ମହାବିଦ୍ୟାଳୟର 20 ଜଣ ପ୍ରଶିକ୍ଷାର୍ଥୀଙ୍କ ସମେତ ଯୁବରେଡ଼କ୍ରସ ର ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *