#Breaking News

ଡ଼ାଲା ବାଡି ଗ୍ରାମ ବାସୀ ଙ୍କ ଧମକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ କୁ ରାସ୍ତା ଟିଏ କର, ନଚେତ୍ ଭୋଟ ବର୍ଜନ

                            ଫୁଲବାଣୀ(ସୁନୀଲ ପଟନାୟକ ) ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ।ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ରାସ୍ତା ଟିଏ କର । ନଚେତ ଏଥର ଆଉ କୌଣସି ନେତା ମନ୍ତ୍ରୀଙ୍କ ପ୍ରତିଶୃତି ଶୁଣିବୁ ନାହିଁ। ଗ୍ରାମର ସଭିଏଁ ମିଳିମିଶି ଭୋଟ ବର୍ଜନ କରିବୁ। ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁ ଜିଦ୍ ରେ ଅଡି ରହିଛନ୍ତି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦାଲାଗାଡୁ ଗ୍ରାମବାସି।
ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତର ଦାଲାଗାଡୁ ଗ୍ରାମକୁ ଆଜି ବି ସାତ ସପନ ରାସ୍ତା ଟି ଏ ।  ବ୍ଲକ ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଏହି ଦାଲାଗାଡୁ ଗ୍ରାମ। ଯେଉଁଠି ପାହାଡ଼ିଆ ପାଦ ଚଲା ଜଙ୍ଗଲି ଖାଲ ଢ଼େପ ଭରା ରାସ୍ତା ହିଁ ସାହା ଭରସା ଲୋକଙ୍କର। ଯାହାରି ଫଳରେ ପ୍ରତିଦିନ ନାହିଁ ନଥିବା ସମସ୍ୟା ଭୋଗୁ ଛନ୍ତି  ଲୋକ। ଆଉ ଗାଁ ର ପିଲାଏ ସ୍କୁଲ,କଲେଜକୁ ଯିବାରେ ମଧ୍ୟ ସମସ୍ୟା ଭୋଗ କରୁଛନ୍ତି। ଗାଁ କୁ କୌଣସି ଦୁଇ ଚକିଆ ଯାନ ଟିଏ ମଧ୍ୟ ଆସିପାରୁନାହିଁ। ଫଳରେ ଗାଁ ର ରୋଗୀ ଓ ପ୍ରସୂତି ମହିଳାଙ୍କୁ ଗାଁ ଲୋକେ ବୋହିକି ନେଲେ ଯାଇ ସ୍ୱାସ୍ଥ୍ୟ ସେବା ମିଳୁଛି। ଆଉ ସମୟେ ସମୟରେ ପ୍ରସୂତି ମହିଳା ଙ୍କୁ ବୋହି ନେବା ସମୟରେ ହିଁ ପ୍ରସବ ହୋଇଯାଉଛି। ତା ସାଙ୍ଗକୁ

ଦାଲାଗାଡୁ ଗ୍ରାମରେ ପାନୀୟ ଜଳର ମଧ୍ୟ ସମସ୍ୟା ରହିଛି। ଗାଁ ରେ କୂଅ ଅବା ନଳକୂପ ଟି ଏ ମଧ୍ୟ ନାହିଁ।ଫଳରେ ଝରଣା ର ପାଣିକୁ ଲୋକେ ପାନୀୟ ଜଳ ଭାବେ ଏଠି ବ୍ୟବହାର କରି ଅଧିକାଂଶ ସମୟରେ ରୋଗ ଗ୍ରସ୍ତ ହେଉଛନ୍ତି
ତେବେ ଦାଲାଗାଡୁ ଗ୍ରାମରେ ବର୍ଷ ବର୍ଷ ଧରି ପାନୀୟ ଜଳ ଓ ରାସ୍ତାର ସମସ୍ୟା ଲାଗି ରହି ଗାଁ ର ସିମନ୍ ପ୍ରଧାନ ଓ ବିବିନ ନାୟକ କହିଛନ୍ତି।। ହେଲେ ଏ ସବୁ ମୌଳିକ ସମସ୍ୟା ଗୁଡ଼ିକ ଉପରେ କୌଣସି ନେତା ମନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀମାନେ କୌଣସି ଦିନ ଦୃଷ୍ଟି ଦେଉନାହାନ୍ତି। କେବଳ ଗ୍ରାମବାସି ବାରମ୍ବାର ଆପତି,    ଅଭିଯୋଗ  ଆସୁଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦିଆନଯିବା ପରିତାପର ବିଷୟ। ଖାଲି ସେତିକି ନୁହେଁ  ନିର୍ବାଚନ ସମୟ ଆସିଲେ ଏହି ନେତା ମନ୍ତ୍ରୀ ଗାଁ କୁ ଆସି ଭୋଟ ମାଗନ୍ତି ଆଉ ମାଳ ମାଳମିଥ୍ୟା ପ୍ରତିଶ୍ରୁତଦିଅନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଏଥିପ୍ରତି ଜ଼ିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ଡି ଆର ଡି ଏ ଦ୍ରୁଷ୍ଟି ଦେଇ ସମସ୍ୟା ର ସମାଧାନ କରିବା ଜରୁରୀ l

Leave a comment

Your email address will not be published. Required fields are marked *