#Breaking News

ପପୁ ପମପମ ହେବେ ସରକାରୀ ବର

ଭୁବନେଶ୍ୱର(ଉଲାପ୍ର)କଳା ରଙ୍ଗର ପିଲା ବୋଲି ଝିଅମାନେ ଚାହୁଁ ନଥିଲେ କିନ୍ତୁ ସରକାରୀ ଚାକିରୀ ପାଇବା ପରେ ଭାଗ୍ୟ ବଦଳି ଯାଉଛି । ପପୁ ପମପମଙ୍କ ଜୀବନରେ ଏମିତି କିଛି ଘଟିଛି ଯାହା ନଦେଖିଲେ ବିଶ୍ୱାସ କରିପାରିବେନି । ସରକାରୀ ଚାକିରୀ ପାଇବା ପରେ ପପୁଙ୍କ ଭାଗ୍ୟ ଖୋଲି ଯାଇଛି । ଜଣେ ସରକାରୀ ବର କିଭଳି ସୁବିଧା ସବୁ ପାଇପାରେ ତାକୁ ନେଇ ଚିତ୍ରଣ ହୋଇଛି ପପୁ ପମ ପମ ସିରିଜର ଦ୍ୱିତୀୟ ଅବଦାନ ‘ସରକାରୀ ବର’ । କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ଏହି ନୂଆ ୱେବ ସିରିଜ୍ । ପପୁ ପମପମ କ୍ରିଏସନ ବ୍ୟାନରରେ ସଂଗୀତା ଶତପଥୀଙ୍କ ପ୍ରଯୋଜିତ ‘ସରକାରୀ ବର’ର କାହାଣୀ ନିଜେ ପପୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଏଥିରେ ଡାଇଲଗ ଲେଖିଛନ୍ତି ରୁପସାଗର । ପପୁ ମୁଖ୍ୟ ଭୁମିକାରେ ନଜର ଆସିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ମହାପାତ୍ର, ଅଙ୍କିତା, ସୁଶ୍ରୀ, ଟୁକୁନା ଓ ରାଜୀବ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ । ପୂର୍ବରୁ ପପୁଙ୍କ ପ୍ରଥମ ସିରିଜ୍ ‘ଟାଉଟର ପ୍ରୋ’କୁ ଦର୍ଶକ ବହୁ ମାତ୍ରାରେ ପସନ୍ଦ କରିଥିବା ବେଳେ ‘ସରକାରୀ ବର’ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଧମାଲ କରିବ ବୋଲି ପ୍ରଡକ୍ସନ ସଂସ୍ଥା ଆଶା ରଖିଛି ।

Leave a comment

Your email address will not be published. Required fields are marked *