#Breaking News

ଢେଙ୍କାନାଳରେ ବୈଶାଖୀ ମହୋତ୍ସବ ଉଦ୍ଘାଟିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ମଂଚ


ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲା ସାଂସ୍କୃତିକ ଅନୁଷ୍ଠାନ ଗୁଡ୍ନାଇଟ୍ କ୍ଲବ୍ ପକ୍ଷରୁ ପ୍ରଥମ ବୈଶାଖୀ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି । ତିନିଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାକୁ ବିଶିଷ୍ଟ ଉଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠାନର ସଭାପତି ସୁକାନ୍ତ ମିଶ୍ର, ସଂପାଦକ ବିଶ୍ୱନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଲୁକ୍କାୟିତ କଳା ଓ କଳାକାରଙ୍କ ବିଷୟରେ ସାରଗର୍ଭକ ଟିପ୍ପଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଦୀପକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଥୟ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଲବ୍ର ଆବାହକ ସତ୍ୟସ୍ୱରୂପ ଦାସ ବିବରଣୀ ପାଠ କରିଥିଲେ । ଉପସଭାପତି ଦେବାଶିଷ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୋଷାଧ୍ୟକ୍ଷ ବିନୋଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍ଥାନୀୟ ମିନିଷ୍ଟାଡିୟମ୍ଠାରେ ଆୟୋଜିତ ଦ୍ୱିତୀୟ ସଂଧ୍ୟାରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅନୁଗୁଳ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ କୁଲଦୀପ୍ ରଥ, ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର ଏବଂ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହିଅବସରରେ ଅତିଥିମାନେ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା । ଜାଭିୟର୍ସ ହାଇସ୍କୁଲକୁ ବୈଶାଖୀ ଶିକ୍ଷା ସମ୍ମାନ, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀ ମିଶ୍ରଙ୍କ ସମେତ ଡାକ୍ତର ସଦାନନ୍ଦ ରଉତ ଏବଂ ସାମାଜିକ କର୍ମୀ ସସ୍ମିତା ଦାସଙ୍କୁ ସ୍ୱାଧୀନତା ସଂଗ୍ରାମୀ ରାଜମୋହନ ଦାସ ସେବା ସମ୍ମାନ, ଡ. ସମୀର କୁମାର ସାହୁଙ୍କୁ କବି ବ୍ରଜନାଥ ଡଜେନା ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ପାଦକ ବିଶ୍ୱନାଥ ବେହେରା ବାର୍ଷିକ ବିବରଣୀ ପାଠକରିଥିଲେ । ଆବାହକ ସତ୍ୟସ୍ୱରୂପ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସ୍କୃତିକ ସଂଯୋଜକ ଦେବାଶିଷ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଅରବିନ୍ଦ ସାହୁ ଧନ୍ୟବାଦ ଦେଇଥିଲେ ।

Leave a comment

Your email address will not be published. Required fields are marked *