ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

Udaya_Labanya | August 9, 2022 | 15 views |0 | Breaking News

ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ । ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି । ହରହର ମହାଦେବ ନାରାରେ କମ୍ପିଛି ପରିବେଶ । ତେବେ ମହାପ୍ରଭୁ ଶିବଙ୍କ ଜଳାଭିଷେକ ଲାଗି ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିବା ବେଳେ ଶେଷ ପାଳିରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ଜଳାଭିଷେକ କରିଛନ୍ତି । କାଉଡିଆ ମାନଙ୍କୁ ଉତ୍ସାହିତ କରିବାକୁ ପାହାଳ ଛକ ନିକଟରେ ଜୀ ସାର୍ଥକ ତରଫରୁ ଏକ “ବୋଲ ବମ ସେବା ଶିବିର” ଆୟୋଜିତ ହୋଇଥିଲା । ଯେଉଁ ବୋଲ ବମ ଭକ୍ତ ମାନେ ଜଳାଭିଷେକ କରିବାକୁ ଯାଉଥିଲେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ଜଳ ଓ ସ୍ନାନର ବ୍ୟବସ୍ଥା କରାଯାଇଥିଲା । ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ବି ଆୟୋଜିତ ହୋଇଥିଲା । ସାରେଗାମାପାର କଣ୍ଠଶିଳ୍ପୀ ଏବଂ ଅନ୍ୟ ଭଜନ କଣ୍ଠ ଶିଳ୍ପୀ ମାନେ ଆସି ସଂନ୍ଧ୍ୟାରେ ଶିବଙ୍କ ଭଜନ ପରିବେଷଣ କରିଥିଲେ ।

ଜୀ ସାର୍ଥକ ର ଏହି ଅଭିନବ ପ୍ରୟାସ ରେ ଓଡିଆ ସିନେମା ଓ ଧାରାବାହିକ କଳାକାର କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦେବାଶିଷ, ଦୀପକ, ଲିପ୍ସା ମିଶ୍ର, ଶୁଭାଶିଷ ଶର୍ମା, ଅଙ୍କିତ କୁମାର, ଋଷିକ ମିଶ୍ର, ହିରଣ୍ମୟୀ ଦାସ, ବାଦଲ ମହାନ୍ତି, ଦୀପିକା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସେବା କରିଥିଲେ । ତେବେ ଭକ୍ତଙ୍କ ପାଇଁ ଜୀ ସାର୍ଥକ ତରଫରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories