ମହାପୁଋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

Udaya_Labanya | February 16, 2023 | 17 views |0 | Breaking News , District


ଫୁଲବାଣୀ :-(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ସ୍ଥାନୀୟ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ ସ୍ଵର୍ଗତ ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ,ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଶୁଭ ଉଦ୍ଘାଟନ କରିଥିଲେ l ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରାଧା କାନ୍ତ ଦାଶଙ୍କ ସଭାପତିତ୍ବ ରେ ଅନୁଷ୍ଠିତବୈଠକ ରେ ଏସପି ଶ୍ରୀ ପାତ୍ର ଏହି ମହାପୁରୁଷ ଗଣ ଆମ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ l ସେଥି ପାଇଁ ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଉତ୍କଳ ସମ୍ମିଳନୀ ମାନ ଆୟୋଜନ କରି ଓଡ଼ିଆ ଭାଷା ପ୍ରତି ଥିବା ମୋହ ମାୟା ଏବଂ ସ୍ନେହ ର ବର୍ଣ୍ଣନlକରିବା ସହିତ ସମସ୍ତଙ୍କ ମନରେ ଓଡ଼ିଆ ଭାଷା ପ୍ରତି ସମଗ୍ର ଉତ୍କଳ ରେ ଆନ୍ତରିକତା ଭାବନା ସୃଷ୍ଟି କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ l ଆମ ଉତ୍କଳ ଜନନୀର ଏହି ବରପୁତ୍ରଙ୍କୁ ସର୍ବଦା ହୃଦୟ ସହକାରେ ସମ୍ମାନ କରିବାକୁ ଉପସ୍ଥିତ ଛାତ୍ର ମାନଙ୍କୁ କହିଥିଲେ l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ମହାପାତ୍ର, ବାସୁଦେବ ସାହୁ, ବିଘ୍ନେଶ୍ୱର ବେହେରା, ରବିନ୍ଦ୍ର ସାହୁ ପ୍ରମୂଖ ତିନି ମହାପୁରୁଷଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ l
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଅତିଥି ପରିଚୟ ଏବଂ ଧନ୍ଯବାଦ ଅର୍ପଣ କରିଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories