Breaking News
ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ

ଢେଙ୍କାନାଳ ( ଉଲ୍ଲାପ୍ର )ଢେଙ୍କାନାଳ ପୁରୁଣା ଜିଲ୍ଲାପିରଷବ ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା-ପ୍ର.ସେ)ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ପୋଷଣ ପ।ଖଡା-୨୦୨ ୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ ଆରମ୍ଭ କରାଯାଇଥିଲା । ଉକ୍ତ ସମାରୋହରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଏକ୍ଜିକ୍ୟୁଟିଭ୍ ଅଫିସର, ଢେଙ୍କାନାଳ ମ୍ୟୁନିସିପାଲଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବୈଜ୍ଞାନିକ(ହୋମ ସାଇନ୍ସ), କୃଷିବିଜ୍ଞାନ କେନ୍ଦ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିପିସି ମମତା, ଡିପିସି ମିଶନ ଶକ୍ତି, ଜିଲ୍ଲା ସଂଯୋଜକ(ଆକ୍ସନ ଏଡ୍ ଓ ୟନିସେଫ୍), ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସହାୟିକ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ଵେଚ୍ଛାସେବୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସିଡ଼ିପଓ, ଓତାପଡ଼ା ପୋଗ୍ରାମକୁ ସଂଯୋଜନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ପୋଷଣ ପାଖତା-୨୦୨୩ ପାଳନ ଅବସରରେ ବିଗତ ଦିନମାନଙ୍କରେ ହୋଇଯାଇଥିବ। କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ମିଲେଟ୍ର ପୌଷ୍ଟିକ ମୂଲ୍ୟବୋଧ ଉପରେ ଦୃଷ୍ଟିପାନ କରି ସମସ୍ତେ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟପାନୀୟରେ ବ୍ୟବହାର କରିବାପାଇଁ ଆଲୋକପାତ କରିଥିଲେ। ପୋଗ୍ରାମରେ ଅଂଶ ଗ୍ରହଣ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ(ହୋମ ସାଇନ୍ସ) ସସ୍ମିତା ପାଲ ମାଣ୍ଡିଆ ବ୍ୟବହାର ଉପକାରିତା ଉପରେ ଆ କପାତ କରିଥିଲେ । ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଲୌହସାର ଏବଂ ଫାଇବର ଥିବାରୁ ଏହା ଗର୍ଭବତୀ, ପ୍ରସୂତୀ, ୦-୬ବର୍ଷର ପିଲା ଓ କିଶୋରକିଶୋରୀ ମାନଙ୍କ ପାଇଁ ଅଧିକ ଲାଭବାନ ହେବେ ବୋଲି ସଚେତନ କରିଥିଲେ । ପ୍ରତି ଗ୍ରାମ ସ୍ତରରେ ନିୟୋଜିତ ସରକାରୀ କର୍ମଚାରୀ ଯଥା ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ଏ.ଏନ୍.ଏମ୍. ମାନଙ୍କ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟର ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗତ ୧୫ ଦିନ ଧରି ଚାଲିଥିବା ପୋଷଣ ପାଖୁଡା ସମାରୋହର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ ସମାରୋହରେ ଉପସ୍ଥିତ ଥିବା ୩୯ଜଣ କୃତି ପ୍ରତିଯୋଗୀ ମାନେ ୧୦୦ଜଣ ଲୋକଙ୍କୁ ମାଣ୍ଡିଆ ଚାଷ କରିବା ସହିତ ବ୍ୟବହାର କରିବା ପାଇଁ ସଚେତନ କରିବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଫାଇବର ଓ ଲୌହସାଉ ଥିବାରୁ ଏହାର ବ୍ୟବହାର କରି ମାତୃ ଓ ଶିଶୁ ମୃତ୍ୟୁ କମାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ପଢୁଥିବା ୩ରୁ ୨ବର୍ଷର ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ ଦେବାପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ମିଲେଟ୍ କେଫ୍ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାରେ ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର କରିଥିବାରୁ ୯ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଓ ଦୁଇଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରଦର୍ଶନ କରାଯାଇଥିବା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟପଦାର୍ଥର ଜିଲ୍ଲାପାଳ ଛୁରି ଭୁରି ପ୍ରଶସ କରିଥିଲେ। ଏହି ଅବସରରେ ୧୧ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିଡାରେ ବିଭିନ୍ନ ବର୍ଗରେ କୃତିତ୍ଵ ଅର୍ଜନ କରିଥିବା ୯ଜଣ ଛାତ୍ରଛାତ୍ରୀ, ୧୦ଜଣ ଅଙ୍ଗନୱାତି ଜର୍ମୀ, ୮ଜଣ ଅଙ୍ଗନବାତୀ ସହାୟିକା, ୧୦ଜଣ ସୁପରଭାକର ଓ ୨ଜଣ ସିଡିସିଓଙ୍କୁ ମାନପତ୍ର ସହିତ ଫଳକ ପ୍ରଦାନକରି ସମ୍ବର୍ଦ୍ଧନା କରାଯାଇଥିଲା । ଏତଦ୍ ବ୍ୟତୀତ ମିଲେଟ୍ କେଫ୍ ମାଧ୍ୟମରେ ମାଣ୍ଡିଆଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥକୁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମେ ବିକ୍ରୟକରିବା ସହିତ ମାଣ୍ଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କୁ ସଚେତନ କରିଥିବାରୁ ଢେଙ୍କାନାଳ ଜିଲ୍ଲାର ୯ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ମାନପତ୍ର ଓ ଫଳକ ପ୍ରଦାନ କରି ଉତ୍ସାହିତ କରିଥିଲେ । ମା ଆଦିଶକ୍ତି ପାଲା ପରିଷଦ, ସିଆରିଆର ଗାୟିକା ହରିପ୍ରିୟା ସ୍ବାଇଁ ଓ ସାଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆର ବ୍ୟବହାର ଓ ତାହାର ଉପକାରିତା ବିଷୟରେ ସୁନ୍ଦର ଭାବେ ପାଲା ପରିବେଷଣ କରିଥିଲେ । ସର୍ବଶେଷରେ ନିବେଦିତା ତ୍ରିପାଠୀ, ସିଡିପିଓ ଓଡାପଡା ପ୍ରୋଗ୍ରାମର ପାରାଣ ସକ୍ଷେପରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Breaking News
ଉଦ୍ୟାନ ବିଭାଗ ଆଠଗଡ ତରଫରୁ ରିହାତି ରେ ଚାଷୀ ମାନକୁ ଆଳୁ ବିହନ ବଣ୍ଟନ


ଆଠଗଡ ( ଉଲ୍ଲାପ୍ର )
ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ଆଠଗଡରେ ଚାଷୀ ଭାଇ ମାନଙ୍କର ଆର୍ଥିକ ମାନନ୍ଦଣ୍ଡର ଉନ୍ନତି ପାଇଁ ଆଳୁ ଚାଷରେ ଆଠଗଡ ସ୍ୱାବଲମ୍ବୀ ହେବାପାଇଁ ମାନ୍ୟବର କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ନିର୍ଦ୍ଦେଶରେ ଆଜି ଆଠଗଡ ମହିଳା ମହାବିଦ୍ୟାଳୟସମ୍ମୁଖ ପଡିଆ ଠାରେ ଉଦ୍ୟାନ ବିଭାଗ ଆଠଗଡ ତରଫରୁ ଶତକଡା 75 ପ୍ରତିଶତ ରିହାତି ଦରରେ ଆଜି ପ୍ରଥମ ପଯ୍ୟାୟରେ ତିନିଶହ କ୍ଯୁଣ୍ଟାଲ ଆଳୁ ବିହନ ଧୂରୁଷିଆ, କଟିକିଆସାହି ମେଘା, ବେଣ୍ଟାପଦା,କଣ୍ଡରେଇ, ଇଚ୍ଛାପୁର ପ୍ରଭୁତି ପଂଚାୟତ ର 180ଜଣ ଚାଷୀଙ୍କୁ ବଣ୍ଟନ କରାଗଲା ଏହି ବଣ୍ଟନ କାଯ୍ୟକ୍ରମ ରେ ଆଠଗଡ କୃଷି ସୂଚନା ପରାମର୍ଶ କେନ୍ଦ୍ର ର ଅଧକ୍ଷ ରବୀନ୍ଦ୍ର ନାଥ ରାଉତ ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା ଆଠଗଡ ସହକାରୀ ଉଦ୍ୟାନ ନିର୍ଦେଶକ ଵିଷ୍ଣୁ ପ୍ରସାଦ ସିଂ, ସହକାରୀ ଉଦ୍ୟାନ ଅଧିକରି ଧନଜୟ ରାଉତ ଙ୍କ ଉପସ୍ଥିତି ରେ ବଣ୍ଟନ କରାଗଲା ଅବଶିଷ୍ଟ ବିହନ ଆଉ ତିନି ଚାରି ଦିନ ମଧ୍ୟରେବିଭାଗ ତରଫରୁ ଯୋଗାଇ ଦିଆଯିବ ସହିତ ଆଳୁ ଗଛ ହେବାପରେ ଅଧ ଏକର କୁ 4400 ଟଙ୍କା ର ଆର୍ଥିକ ପ୍ରୋତ୍ସାହନ ରାଶି ଚାଷୀ ମାନଙ୍କୁ ପ୍ରଦାନ କରାଯିବ

Breaking News
ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ । ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ


।
କାମାକ୍ଷାନାଗାର ( ଉଲ୍ଲାପ୍ର )
ଢେଙ୍କାନାଳ-ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଇରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି,ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବାବେଳେ ଅସୁସ୍ଥତା କାରଣରୁ ମୃତ୍ୟୁ ସନ୍ଦେହ କରାଯାଉଛି,। ମାଈ ହାତୀଟିର ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ । ତାଳଚେର ରେଞ୍ଜ ଅଞ୍ଚଳରୁ ହାତୀଟି ମହାବିରୋଡ଼ ରେଞ୍ଜକୁ ଚାଲି ଆସିଥିବା ସୂଚନା ।

ଟାଟା ଷ୍ଟିଲ ତରଫରୁ ବିଶ୍ୱନାଥ ବିଦ୍ୟପୀଠ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ଼( ଉଲ୍ଲାପ୍ର )ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱର ସହଭାଗିତାରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୭ତମ ସଂସ୍କରଣ ଜୁଲାଇ ୨୮, ୨୦୨୩ରେ ଶୁଭାରମ୍ଭ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ, ମହାଜାଗତିକ ପଦାର୍ଥ ବିଜ୍ଞାନ କ୍ଷେତ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାପାଇଁ ଏକ ମଂଚ ପ୍ରଦାନ କରିଛି । ଓଡ଼ିଆ ଜ୍ୟୋର୍ତିବିଜ୍ଞାନୀ କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଉତ୍ସଗ୍ରୀକୃତ ।
ଏହି କ୍ରମରେ ଆଠଗଡ଼ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ତଥା ମହାଜାଗତିକ ପଦାର୍ଥ ବିଜ୍ଞାନ ଉପରେ କୁଇଜ୍ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ବିଜୟୀ ପ୍ରତିଭା ମାନଙ୍କୁ ଟାଟା ଷ୍ଟିଲ ପକ୍ଷରୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।
ଚଳିତ ବର୍ଷ ଦୁଇଟି ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତ ହେଉଛି । ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ କିମ୍ବା ୟାଟ୍ସର ୱେବସାଇଟ୍ (https://bit.ly/YATS2023) ଜରିଆରେ ଅନଲାଇନ୍ରେ ପରୀକ୍ଷାରେ ଭାଗ ନେଇପାରିବେ । ଅନଲାଇନ ମାଧ୍ୟମରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ୱେବସାଇଟ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଯେଉଁମାନେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବେ ସେମାନଙ୍କୁ ଡିସେମ୍ବର ୧୩, ୨୦୨୩ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ପୁରସ୍କାର ବିତରଣୀ ଉତ୍ସବକୁ ନିମନ୍ତ୍ରଣ କରାଯିବ । ସେହିଦିନଟି ହେଉଛି ପଠାଣି ସାମନ୍ତ ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜନ୍ମଜୟନ୍ତୀ ।
ଚଳିତ ବର୍ଷ ୟାଟ୍ସର ବିଷୟବସ୍ତୁ ରହିଛି “ଚନ୍ଦ୍ରର ଆଧାର-ମହାକାଶ ପାଇଁ ଭବିଷ୍ୟତର ଲଂଚ୍ପ୍ୟାଡ୍’ । ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଏବଂ ଅନଲାଇନରେ ଏମ୍ସିକ୍ୟୁ (ଏକାଧିକ ବିକଳ୍ପ ପ୍ରଶ୍ନ) ମୂଲ୍ୟାୟନ ପରୀକ୍ଷା ମଧ୍ୟ ଆୟୋଜିତ ହେବ ।
ଓଡ଼ିଶାର ପ୍ରତି ଜିଲ୍ଲାରୁ ଅଂଶଗ୍ରହଣକାରୀ ଚୟନ କରି ୨୦୨୩ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ପାଇଁ ଆମନ୍ତ୍ରଣ କରାଯିବ । ସେହିଦିନ ଆଉ ଏକ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀମାନଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ।

ଗତ ୧୬ ବର୍ଷ ଧରି ମହାକାଶ ବିଜ୍ଞାନର ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ୱେଷଣ କରିବା ଲାଗି ଯୁବବର୍ଗଙ୍କୁ ୟାଟ୍ସ ଅନୁପ୍ରାଣିତ କରୁଛି । ୟାଟ୍ସର ୧୬ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ୨୦୨୩ ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନାର ସୁଯୋଗ ପାଇଥିଲେ ।
ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଆୟୋଜିତ ଆଜିର ଏହି ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସାସମଲ, ବିଜ୍ଞାନ ଶିକ୍ଷକ ସରିତା ମିଶ୍ର ଓ କାଶୀନାଥ ସାହୁ, କଳା ଶିକ୍ଷକ ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଶ୍ରଦ୍ଧାଞ୍ଜଳି ଲେଙ୍କା ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ପକ୍ଷରୁ କାର୍ଯ୍ୟକ୍ରମକୁ କଳ୍ପନା ପ୍ରଧାନ ଓ ଯାଜ୍ଞସେନି ଦାସ ପରିଚାଳନା କରିଥିଲେ।

-
Uncategorized2 weeks ago
ଆଜିର ରାଶିଫଳ
-
Uncategorized2 weeks ago
ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
-
Business3 years ago
ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ
-
Breaking News2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ
-
Breaking News2 years ago
ବିଭୁତି ମିଶ୍ର କଂଗ୍ରେସ ରେ ମିଶିଲେ, ସମବାୟ ଦୁର୍ନୀତି ହେବ ମୂଳ ପ୍ରସଙ୍ଗ ବୋଲି କହିଲେ
-
Uncategorized2 weeks ago
-
Breaking News6 months ago
କଟକରେ ବିଦୁତ ବିଭ୍ରାଟ ଘଟଣାରେ ବିଜେପିର ଅଭିନଵ ବିକ୍ଷୋଭ
-
Breaking News2 weeks ago
ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ । ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ