୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ ରୁ

Udaya_Labanya | May 8, 2023 | 12 views |0 | Uncategorized


ପୁରୀ ( ଉଲ୍ଲାପ୍ର )ଚଳିତ ମାସ ୩୦ ତାରିଖ ରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ କୃଷିମେଳା। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ମେଳାରେ ଭାରତବର୍ଷ ର ବିଭିନ୍ନ ପ୍ରଦେଶର ତିନିଶହ କଳାକାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଶହେ ଜଣ କଳାକାର ଯୋଗଦେବା ସହ ପାଞ୍ଚଦିନ ବ୍ୟାପି ଏହି ଜାତୀୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।ଏହି ମେଳା ର ସଫଳତା ପାଇଁ ଓ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାର ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୃଷି, ପାଣିପାଗ, ବିଜ୍ଞାନ,ଜଳସଂପଦ ବିଶେଷ କରି ପୁସ୍ତକଭିତ୍ତିକ ଷ୍ଟଲ୍ କୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଏହା କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ। ଏ ନେଇ ପୁରୀ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠାନ ର ସଭାପତି ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ସଞ୍ଚାଳନ ରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକ ରେ ପୁରୀ ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ,ସିଟି ଡିଏସପି କେ କେ ହରିପ୍ରସାଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଙ୍କ ସମେତ ପୁଲିସ୍,ବିଦ୍ୟୁତ, ଜଳଯୋଗାଣ, ଶ୍ରୀମନ୍ଦିର ପ୍ରଶାସନ,ଅଗ୍ନିଶମ,ୱଟକୋ,ପୂର୍ତ୍ତ, ଜଳସେଚନ,ଗ୍ରାମ୍ୟ ଉନ୍ନୟନ,ଜଂଗଲ ଓ ପ୍ରାଣୀସମ୍ପଦ, ସ୍ବାସ୍ଥ୍ୟ, ପରିବହନ, କୃଷି, ଉଦ୍ୟାନ, ମୂର୍ତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁପାଳନ, ପଶୁସମ୍ପଦ, ସଂସ୍କୃତି, ଶିଳ୍ପବିକାଶ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ରେଳବାଇ,କ୍ରୀଡା ଓ ବିଭିନ୍ନ ବ୍ୟାଙ୍କ ର ଅଧିକାରୀମାନେ ଯୋଗ ଦେଇଥିଲେ ।ଏହି ବୈଠକରେ ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର ସ୍ବାଗତ କରିଥିବା ବେଳେ ହେକ୍ଟର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ଭରତ ନାୟକ ବିଶ୍ଵନାଥ ମିଶ୍ର, ନାରାୟଣ ପାତ୍ର ,ସତ୍ୟବ୍ରତ ଦାସ, ବିଦ୍ରୋହ ସିଂ, ସଂଗ୍ରାମ କାନୁନଗୋ, ଦାମୋଦର ଶତପଥୀ, ଓ ଶ୍ୟାମ ପ୍ରକାଶ ସେନାପତି ,ହୁଳଶ ଚନ୍ଦ୍ର ଜେନା, ପୁଷ୍କର ସାହୁ, ଗୌତମ ମିଶ୍ର ,ପୂର୍ଣା ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories