ବିଦୂତ ଦରବୃଦ୍ଧି ପ୍ରତିବାଦରେ ଟାଟା ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ
Udaya_Labanya | April 6, 2021 | 62 views |0 | Uncategorized
ଆଠଗଡ(ଉଲାପ୍ର)ରାଜ୍ୟ ସରକାର ବିଦୂତ ବିଭାଗକୁ ଘରୋଇ କରଣ କରି ଟାଟା କମ୍ପାନୀ ହାତକୁ ଟେକିଦେବା ପରେ ଏବେ ରାଜ୍ୟରେ ବିଦୂତ ଉପଭୋକ୍ତା ମାନେ ପ୍ରମାଦ ଗଣିବା ଆରମ୍ଭ କଲେଣି,ବିଦୂତ ଉପଭୋକ୍ତା ମାନଙ୍କ ବିଦୂତ ଦର ଅହେତୁକ ବୃଦ୍ଧି ପାଇଛି, ଯାହା ଫଳରେ ସାଧାରଣ ଖାଉଟି ଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ହୋଇଛି,ଖାଉଟି ବା ଉପଭୋକ୍ତା ମାନେ ଯୋଉଠି ପ୍ରତିବାଦ କରୁଛନ୍ତି ସେଠି ଟାଟା କମ୍ପାନୀ ଗୁଣ୍ଡା ଲଗାଇ ବିଦୂତ ଉପଭୋକ୍ତା ମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ପଛାଉ ନାହାଁନ୍ତି, ବିଦୂତ ଦର ବୃଦ୍ଧିକୁ ନେଇ ଏବେ ରାଜ୍ୟ କଂଗ୍ରେସ ସାରା ଓଡ଼ିଶାରେ ପ୍ରତିବାଦ ଆରମ୍ଭ କରିଛନ୍ତି, ଆଜି ଆଠଗଡ କଂଗ୍ରେସ ଦଳ ତରଫରୁ ଟାଟା କମ୍ପାନୀ ବିଦୂତ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଆଗରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ନେତୃତ୍ୱରେ ଗଣଧାରଣା ୩ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା,ଏହି ଧାରଣାରେ କଟକ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ,ତିଗିରିଆ କିଷାନ ସେଲ ଆବାହକ ମନୋରଞ୍ଜନ ଦାସ,ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ,ପୂର୍ବତନ ଜିଲା ପରିଷଦ ସୁଦର୍ଶନ ସାହୁ,ଅଶୋକ ପ୍ରଧାନ,ଅଶୋକ ତ୍ରିପାଠୀ,ମହିଳା କଂଗ୍ରେସ ନେତ୍ରୀ ବିଶାଖା ମହାନ୍ତି,ଚନ୍ଦନ ସାହୁ,କୈଳାଶ ସାହୁ,ପୁରୁଷୋତ୍ତମ ବର୍ମା ,ପ୍ରଦୋଷ କୁମାର ସାହୁ , ମଙ୍ଗୁଳି ଚରଣ ପାଣି,ସନାତନ ପରିଡା ପ୍ରମୁଖ ଯୋଗଦେଇଥିଲେ,ଶେଷରେ ବିଦୂତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ତରଫରୁ ନିର୍ବାହୀଯନ୍ତ୍ରୀ ଙ୍କ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା।