ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ର ବୈଠକ

Udaya_Labanya | August 27, 2021 | 50 views |0 | Breaking News


ବରଗଡ଼୨୭/୮(ସତ୍ୟ ନାରାୟଣ ପ୍ରଧାନ)
ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ଦୟାନିଧି ପ୍ରଧାନ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସେଥି ମଧ୍ୟରୁ କୋଭିଡ ପାଇଁ ବହୁ ଦିନରୁ ବେକାର ହୋଇ ବସିଥିବା ଧନୁଯାତ୍ରା କଳାକାର ମାନଙ୍କୁ କଳା ପରିବେଷଣ ପାଇଁ ଅନୁମତି ଦେବା, ପ୍ରକୃତ କଳାକାର ମାନଙ୍କୁ କଳାକାର ସହାୟତା ରାଶି ପ୍ରଦାନ କରିବା,ଅଣ କଳାକାର ମାନଙ୍କୁ ଏହି ତାଲିକା ରୁ ବାଦ ଦେବା, ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଅଫିସ ପାଇଁ ସରକାର ଜମି ଯୋଗାଇ ଦେବା ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜଗଦାନନ୍ଦ ମିଶ୍ର, ଗୋପାଳ ଦାସ,ଝସ କେତନ ପ୍ରଧାନ, ବରୁଣ ସାହୁ, ଆଦିତ୍ୟ ପଣ୍ଡା,ଭଗ୍ୟଧର ବେହେରା, ରମେଶ ମେହେର, ଜଗନ୍ନାଥ ସାହୁ, ରବୀନ୍ଦ୍ର କୁମାର ସାହୁ, ଶୁଶିଲ କୁମାର ମେହେର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସଭାରେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର କଳାକାରମାନେ ଉପସ୍ଥିତ ଥିଲେ

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories