କାମ ସରିବାର ୯ ମାସ ବିତିଲା ଣି ମନରେଗା ଶ୍ରମିକଙ୍କ ପ୍ରାପ୍ୟମିଳୁନି
Udaya_Labanya | September 15, 2021 | 37 views |0 | Breaking News
ଫୁଲ ବାଣୀ-ସୁନୀଲପଟନାୟକ)
କେନ୍ଦ୍ରସରକାର ମନରେଗା ଯୋଜନାରେ ଜବକାର୍ଡଧାରୀମାନଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବା ସହ ସେମାନଙ୍କ ପ୍ରାପ୍ୟ ସିଧା ସଳଖ ବ୍ୟାଙ୍କ ଖାତାମାଧ୍ୟମରେ ପଇଠ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି କାର୍ଯ୍ୟରେ ଯେପରି ଦୁର୍ନିତିନ ହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏ ସବୁ ସତ୍ତ୍ଵେ ମଧ୍ୟ ସରକାରୀ ନିତି ନିୟମକୁ ଫୁ କରି ଦାୟୀତ୍ଵରେ ଥିବା କର୍ମଚାରୀମାନେ ସିଧାସଳଖ ମଜୁରି ଅର୍ଥ ଚଳୁ କରିଦେଉଥିବା
ଅଭିଯୋଗ ହେଉଛି । ଏଭଳି ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ସିମନବାଡି ପଞ୍ଚାୟତରୁ ଆସିଛି । ଏହି ପଞ୍ଚାୟତରେ କୁ ଆଡେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକ ମାନଙ୍କ ମଜୁରୀ ହଡ଼ପ କରିଦେଇଥିବା ଅଭିଯୋଗ ହେବ। ପରେଶେଷରେ ନାଏବ ସରପଞ୍ଚ କୁ ଆଡେ ସେମାନଙ୍କ ଟଙ୍କା ଫେରାଇବା ଲାଗି ରାଜି ହୋଇ ପ୍ରତିଶୃତି ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟଯେ ସିମନ ବାଡ଼ି ପଞ୍ଚାୟତର ସଲା ବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ
ଦ।ରା ବଣ୍ଡ୍।ଠାରୁ ଆଦିନପଙ୍ଗାଯାଏ ରାସ୍ତାକାମ କରିଥିଲେ । ହେଲେ ରାସ୍ତାକାମ ସରିବାର ନ ମାସ ପରେ ମଧ୍ୟ ଶ୍ରମିକ ମାନେ ପାଉଣା ପାଇନ ଥିଲେ।
ଏନେଇ ଶ୍ରମିକମାନେ ବ୍ଲକ ବିଡିଓ ଓ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ l
ଶ୍ରମ ବିଭାଗ ଉଭୟ ପକ୍ଷ ଙ୍କୁ ଡକାଇ ପଚରା ଉଚୁରା କରିଥିଲେ l କିଛି ଶ୍ରମିକଙ୍କ ପାସବୂକ ରେ ଟଙ୍କା ପଇଠ ହୋଇଥିବା ବେଳେ ଆଉ କିଛି ଶ୍ରମିକ ପାଇନଥିବା ଜଣାପଡ଼ି ଥିଲl l
ପରେ ଦାରିଙ୍ଗ ବାଡି ବ୍ଲକ ଏପିଓ ତ୍ରିନାଥନା ଏକଙ୍କ ଉପସ୍ଥିତିରେ ନାଏବ ସରପଞ୍ଚ କୁ ଆଡେଅତି ଶୀଘ୍ର ଶ୍ରମିକମାନଙ୍କ ସମସ୍ତପାଉଣା ପଇଠଵ୍ୟଵସ୍ଥା କରିବା ଲାଗି ରାଜି ହୋଇଥିବା ଜଣାପଡିଛି । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ଶ୍ରମିକମାନଙ୍କ ପାଉଣା ମାସ ମାସ ଧରି ବକେୟା ଥିବା ଜଣା ପଡିଛି ।
ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।