ଆନନ୍ଦପୁର ବିଧାୟକ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ ପ୍ରତିବାଦରେ ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ଭେଟିଲେ ଡିଜିପିଙ୍କୁ

Udaya_Labanya | September 6, 2022 | 26 views |0 | Breaking News

ଆନନ୍ଦପୁର (ଉଲା ପ୍ର )କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚାୟତ ସମିତି ବୈଠକରେ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ବିଜେପି ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଅସିମା ମିଶ୍ର କୁଂ ଶାସକ ବିଜେଡି ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ କଂ ଦୁର୍ବ୍ଯବହାର ପ୍ରତିବାଦରେ ଆଜି ଅପରାହ୍ନ ୪ ଘନ୍ଟିକା ସମୟରେ କଟକସ୍ଥିତ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ ଡିଜି କୁଂ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ କଂ ନେତୃତ୍ଵରେ ବିଜେପି ପ୍ରତିନିଧି ଦଳ ଭେଟି ଦାବୀ ପତ୍ର ପ୍ରଦାନ କରିବା ସହିତ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ କଂ ନାମରେ ତୁରନ୍ତ କେସ୍ ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ସିକନ୍ଦର ଅଲି, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ହେମନ୍ତ କୁମାର ମଲ୍ଲିକ, ବିଜେପି ର ବରିଷ୍ଠ ନେତା ଶ୍ରୀ ଯୁଧିଷ୍ଠିର ମହାରଣା, ବିଜେପି ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଅସିମା ମିଶ୍ର, ସଜୀବ କୁମାର ରଣା, ଦୀପ୍ତି ରଞ୍ଜନ ଜେନା, ବିଶୂଜୀତ୍ ନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories