#Breaking News

ସିର୍କା ବର୍ଗ ଉନ୍ନୀତ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ରେ ଦୁର୍ନିତୀ ଅଭଯୋଗ


ଫୁଲବାଣୀ (ସୁନୀଲ ପଟନାୟକ )
ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଯେପରି ସ୍କୁଲ ମୁହାଁ ହେବେ ସେଥିପାଇଁ ମା ଗଣା ମଧ୍ୟାହ୍ନ ଭୋଜନ ସାଙ୍ଗକୁ ବହିପତ୍ର, ପୋଷାକ ସାଙ୍ଗକୁ ବୁଟ
ସକସ ଦେବାର ବ୍ୟବସ୍ଥା କରିଛନ୍ତି
ଏ ଥିପାଇଁ ଅର୍ଥ ଅନୁଦାନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି l
ତେବେ ଦାଇତ୍ୱ ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୁର୍ନିତୀ ପୁର୍ଣ ମନୋଭାବ, ରୁଗଣ ମାନସିକତା ଯୋଗୁଁ କେଉଁଠି ପିଲାଙ୍କୁ ଭାତ ସହ ପାଣି ଡାଲି, ତ ଆଉ କେଉଁଠି ଅଣ୍ଡା ଦିଆଯାଉନି lସେହିପରି ନିମ୍ନ ମାନ ର ପୋଷାକ ପ୍ରଦାନ କରାଯାଉଛି lପୋଷାକ ୨ ହଳ ଜାଗାରେ ହଳେ ଦିଆଯାଉଛି ଅ ଭି ଯୋଗ କଲେଶୁଣୁଛି ବା କିଏ ? ମଧ୍ୟାହ୍ନ ଭୋଜନ ର ଏଭଳି ନଗ୍ନ ଚିତ୍ର ସାମନା କୁ ଆସିଛି କନ୍ଧମାଳ ଜିଲା ଦାରିଙ୍ଗ ବାଡି ବ୍ଲକ ସିର୍କାବର୍ଗ ଉନ୍ନୀତ ବିଦ୍ୟାଳୟ ରେ lଭାତ ସାଙ୍ଗକୁ ହଳଦୀ ପାଣି ପରି ଦିଶୁଥିବା ତରକାରୀ ପିଲାଙ୍କୁ ଦିଆଯାଉଛି l
ଭାତ ବି ବହୁତ କମ ଦିଆଯାଉଛି ପେଟ ପୁରୁନି l
ସେ ପୁଣି ମୁକ୍ତ ଆକାଶ ତଳେ l
ସ୍କୁଲ ରେ ପାଠ ପଢ଼ା କଥା ନ କହିବା ଭଲ l ଶିକ୍ଷକ ଦିନେ ଆସିଲେ ଦୁଇଦିନ ନାହିଁ lପଞ୍ଚମ ଶ୍ରେଣୀ ପିଲାଙ୍କୁ ନିଜ ନାଁ କି ସ୍କୁଲ ନାଁ ବି ଲେଖି ଆସେନି l
ଏଥିରୁ ଜଣାପଡୁଛି ପାଠ କେମିତି ପଢ଼ାଯାଉଛି l
ଏଥି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଦ୍ରୁଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *