#Entertainment

ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବହୁପ୍ରତୀକ୍ଷିତ ସିନେମା ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୋଷିତ ହୋଇଛି। ଏହା ୨୦୨୦ ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା କରଣ ଜୋହର୍ ନିଜର ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ହିନ୍ଦୀ, ତେଲୁଗୁ, ତାମିଲ୍, ମାଲୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ। ସୂଚନାଯୋଗ୍ୟ ‘ବ୍ରହ୍ମାସ୍ତ୍ର’ରେ ନାୟକ ଓ ନାୟିକା ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ମୌନୀ ରୟ, ଅମିତାଭ ବଚ୍ଚନ ଓ ନାଗାର୍ଜୁନ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ଉଲ୍ଲେଖଯୋଗ୍ୟ, ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍‌ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଥିଲେ। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍‌ ହେବାର ଇତିମଧ୍ୟରେ ପାଖାପାଖି ଦୁଇ ବର୍ଷ ହୋଇଗଲାଣି। ଜଣେ ଅଭିନେତାଙ୍କର ଗୋଟିଏ ସିନେମାରୁ ଆର ସିନେମା ରିଲିଜ୍‌ ମଧ୍ୟରେ ଏତେ ଲମ୍ବା ବ୍ୟବଧାନକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର। ରଣବୀର କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର କଂପ୍ୟୁଟର ଗ୍ରାଫିକ୍ସ କାମ ଶେଷ ହୋଇପାରି ନଥିବା ହେତୁ ଏହା ମୁକ୍ତିଲାଭ କରିବାରେ ବିଳମ୍ବ ହେଉଛି। ଏଥିରେ ତାଙ୍କର କିଛି ଭୂମିକା ନାହିଁ।

Leave a comment

Your email address will not be published. Required fields are marked *