#Exclusive

ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା, ଅସୁସ୍ଥ ପତ୍ନୀଙ୍କୁ ଡାକ୍ତରଖାନାକୁ ନେଉଥିଲେ

ବାଙ୍କୀ: ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ବି କିଛି ଲୋକ ଏହାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି କଟକ ଜିଲ୍ଲାର ବାଙ୍କୀରେ ଭିନ୍ନ ଖବର ଆସିଛି। ଏଠାରେ ଜଣେ ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ଅସୁସ୍ଥ ପତ୍ନୀଙ୍କୁ ଡାକ୍ତରଖାନାକୁ ନେଉଥିବା ବାଇକ୍ ଆରୋହୀଙ୍କର ମୁଣ୍ଡ ଫାଟି ଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ଆଠଟା ବେଳେ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁରର ବସନ୍ତ ମହାନ୍ତି ବାଇକ୍ ଯୋଗେ ନିଜ ଅସୁସ୍ଥ ପତ୍ନୀ ପୁଷ୍ପଲତାଙ୍କୁ ବାଙ୍କୀ ଡାକ୍ତରଖାନାକୁ ଡାକ୍ତରଖାନାକୁ ନେଉଥିବା ବେଳେ କଚେରୀ ଛକ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ସେଠାରୁ ବାଙ୍କୀ ଟାଉନ୍ ଭିତରକୁ ଗାଡ଼ି ଛଡ଼ାଯିବା ନେଇ କଟକଣା ଲାଗିଛି। ମାତ୍ର ବସନ୍ତ ମହାନ୍ତି ତାଙ୍କ ପତ୍ନୀ ଅସୁସ୍ଥ ଥିବା ହେତୁ ଚାଲି ପାରିବେ ନାହିଁ ବୋଲି ଅଟକାଇଥିବା ମହିଳା ପୁଲିସ କର୍ମଚାରୀଙ୍କୁ କହିଥିଲେ। ହେଲେ ମହିଳା ପୁଲିସ କର୍ମଚାରୀଜଣକ ତାଙ୍କ କଥା ନ ଶୁଣି ରାଗିଯାଇ ବାଡ଼ିରେ ପିଟିଥିଲେ।

ଏହା ଫଳରେ ବସନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ସେ ଚାଲିଚାଲି ଯାଇ ଡାକ୍ତରଖାନାରେ ନିଜର ମୁଣ୍ଡର ବ୍ୟାଣ୍ଡେଜ୍ କରାଇଥିଲେ। ଏହି ଘଟଣା ଆଜି ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave a comment

Your email address will not be published. Required fields are marked *