#Exclusive

ଚୀନ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କଲା ଭାରତ


ନୂଆଦିଲ୍ଲୀ(ଉଲାପ୍ର) : ଚୀନ କୋରୋନା ଭାଇରସ୍ ମାଧ୍ୟମରେ ବିଶ୍ୱରେ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ସମଗ୍ର ବିଶ୍ୱ ପ୍ରତିଶୋଧପରାୟଣ ହୋଇ ଉଠିଛି। ସେପଟେ ଏହି ଭାଇରସର ପ୍ରଭାବରେ ବିଶ୍ୱର ଯେଉଁ କ୍ଷତି ହୋଇଛି, ତାହାର ଭରଣା ଚୀନକୁ କରିବାକୁ ପଡ଼ିବ। ଏହି କ୍ରମରେ ଜାପାନ ଭଳି ଦେଶ ମଧ୍ୟ ସେମାନଙ୍କର କମ୍ପାନୀଗୁଡିକ ଚୀନରୁ ଶିଳ୍ପ ଗୁଡ଼ିକ ବନ୍ଦ କରିବା ଆରମ୍ଭ ହୋଇଛି।

ସେପଟେ ଭାରତ ମଧ୍ୟ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି। ବର୍ତ୍ତମାନ ଚୀନ ବିରୋଧରେ ଅର୍ଥନୈତିକ ଯୁଦ୍ଧ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଭାରତ ଚାଇନାର ଫାର୍ମା ବଜାର ଉପରେ ନଜର ରଖିଛି। ଚୀନ ବିଶ୍ୱରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲ ରପ୍ତାନିକାରୀ ଅଟେ।

ବିଶ୍ୱେ ଅନେକ କମ୍ପାନୀ ଏଭଳି ମଧ୍ୟ ରହିଛନ୍ତି, ଯେଉଁମାନେ ଏହି ଔଷଧର ପ୍ରସ୍ତୁତ ନିଜ ଦେଶରେ କରିଥାନ୍ତି। ମାତ୍ର ଏହି ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ, ଯାହାକୁ ଚୁରନ କୁହାଯାଏ ଚୀନରୁ ଆମଦାନୀ କରିଥାନ୍ତି। ସେହିଭଳି ଯଦି ଭାରତ କଥା ଦେଖାଯାଏ, ତେବେ ଭାରତ ଅନ୍ତର୍ଜାତୀୟ ଭେଷଜ ବଜାରରେ ମଧ୍ୟ ଏକ ବୃହତ ଭୂମିକା ମଧ୍ୟ ଗ୍ରହଣ କରିଥାଏ। କିନ୍ତୁ ଆର୍ଥିକ ବ୍ୟବସ୍ଥାକୁ ଦେଖିଲେ ଭାରତ ଠାରୁ ଚୀନ ଅଧିକ ମଜବୁତ ଥିବାରୁ ଅଧିକାଂଶ ରାଷ୍ଟ୍ର ଚୀନରୁ ହିଁ ଆମଦାନୀ କରିଥଆନ୍ତି।

କିନ୍ତୁ ବର୍ତ୍ତମାନ ସ୍ଥିତି କିଛି ଭିନ୍ନ ରହିଛି। ବର୍ତ୍ତମାନ ଚୀନରୁ ଉତ୍ପନ ଭାଇରସ ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗିଦେଇଛି। ଚୀନରେ ଔଷଧିୟ କାରଖାନା ଗୁଡ଼ିକ ବନ୍ଦ ପଡ଼ି ରହିଛି। ଏହାରି ମଧ୍ୟରେ ସମଗ୍ର ବିଶ୍ୱକୁ ଔଷଧ ପଠାଇବା ଆରମ୍ଭ କରିଛି ଭାରତ। ଆଉ ଔଷଧ ଶିଳ୍ପ କ୍ଷେତ୍ରରେ ସୃଷ୍ଟ ହୋଇଥିବା ଏହି ସୁଯୋଗର ଭରପୁର ଫାଇଦା ଉଠାଇଛି ଭାରତ।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଔଷଧ ନିର୍ମାଣକାରୀ ସଂସ୍ଥା ସହିତ ଯୋଗାଯୋଗରେ ରହିଛି। ସେହି କମ୍ପାନୀକୁ ଭାରତ କଞ୍ଚାମାଲ ପ୍ରଦାନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିବା ଜଣାପଡ଼ିଛି।

Leave a comment

Your email address will not be published. Required fields are marked *